ଆଜି ଆସିବ କର୍ଣ୍ଣାଟକ ରାୟ
କର୍ଣ୍ଣାଟକ : ଆଜି ଆସିବ କର୍ଣ୍ଣାଟକ ରାୟ। ବାଚସ୍ପତି ରମେଶ କୁମାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଇସ୍ତଫା ଦେଇଥିବା ୧୫ ଜଣ ବିଦ୍ରୋହୀ ବିଧାୟକ। ବାଚସ୍ପତି ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ କରୁଥିବା ସେମାନେ ଅଭିଯୋଗ କରିଥିଲେ। ଏହି ମାମଲାର ଗତକାଲି ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଶୁଣାଣି ବେଳେ ବିଦ୍ରୋହୀ ବିଧାୟକ, ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ନିଜର ପକ୍ଷ ରଖିଥିଲେ। ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରୁଛି ବୋଲି କହିଛନ୍ତି ବାଚସ୍ପତି ରମେଶ କୁମାର। ପାଖାପାଖି ୪ ଘଣ୍ଟା ଧରି ଚାଲିଥିଲା ଶୁଣାଣି ପ୍ରକ୍ରିୟା। ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇବାକୁ ଥିବା ବେଳେ ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। ବିଦ୍ରୋହୀ ବିଧାୟକମାନେ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଛି ।