Below header

ବିଶ୍ୱ ସର୍ପ ଦିବସ : ୮୦ ପ୍ରତିଶତ ସାପ ବିଷହୀନ, ତଥାପି ଲୋକେ ସାପ ଦେଖିଲେ ମାରି ଗୋଡ଼ାନ୍ତି

ବର୍ତ୍ତମାନର ମଣିଷ ନିଜ ସ୍ୱାର୍ଥ ପୁରଣ କରିବାକୁ ଯାଇ ଜଙ୍ଗଲ ଗୁଡିକ କାଟି ବାସ ଗୃହ, କଳକାରଖାନା, ଆପାର୍ଟମେଣ୍ଟ, ଦୋକାନ ବଜାର ଗଢି ତୋଳିବାରେ ଲାଗି ପଡିଛି। ଯାହା ପାଇଁ ବନ୍ୟ ଜୀବଜନ୍ତୁମାନେ ଅସହାୟ ଭାବେ ସହର ଆଡେ ମାଡି ଆସୁଛନ୍ତି। ଅନେକ ଥର ଖବରକାଗଜରେ ପଢିବାକୁ ମିଳି ଥାଏ ହାତୀ, ଚିତା ବାଘ, ବିଲୁଆ, ହରିଣ ଆଦି ସହର ଅଭିମୁଖେ ଆସି ମୃତ୍ୟୁର ଶିକାର ହୋଇଛନ୍ତି। ଏଥି ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ ସଚେତନ ମୂଳକ କାର୍ଯ୍ୟକ୍ରମ ହୋଇଥାଏ।
ବିଶ୍ୱ ସର୍ପ ଦିବସ ଅବସରରେ ଆରଏନ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ମାନେ ଗୋପାଳପୁର ସ୍ଥିତ Zoological survey of Indiaକୁ ପରିଭ୍ରମଣରେ ଯାଇ ସେଠି ଅନେକ କିସମର ସାପମାନଙ୍କ ବିଷୟରେ ଅଧ୍ୟୟନ କରିଥିଲେ। ସେଠୁ ବାହାରିବା ରାସ୍ତାରେ ସେମାନେ ଗୋଟେ ୩୨ ସେଣ୍ଟିମିଟର ବିଶିଷ୍ଟ ଚନ୍ଦନ ବୋଡା ସାପ ଛୁଆର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସେମାନେ ମୃତ ସାପ ଛୁଆଟିକୁ ନେଇ ନିଜ କଲେଜର ବିଜ୍ଞାନଗାରରେ କେମିକାଲ ଦେଇ ସଂରକ୍ଷିତ କରିଥିଲେ। ବିଶ୍ୱ ସର୍ପ ଦିବସ ଅବସରରେ କଲେଜ ପରିସରରେ ଏକ ସଚେତନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଉଷାରାଣୀ ବର୍ମା ସେଠାରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀଙ୍କୁ ବନ୍ୟ ଜୀବଜନ୍ତୁଙ୍କ ସଂରକ୍ଷଣ ବିଷୟରେ ବୁଝାଇ ଥିଲେ ଆଉ କହିଥିଲେ ଯେ ବିଶ୍ୱର ୮୦ ପ୍ରତିଶତ ସାପ ବିଷହୀନ ଅଟନ୍ତି କିନ୍ତୁ ଭୟରେ ମଣିଷ ତାକୁ ଦେଖୁ ଦେଖୁ ମାରିଦିଏ। ସେ ଆହୁରି ମଧ୍ୟ କହିଥିଲେ କେମିତି ଜଣେ ସାଧାରଣ ଲୋକ ବିଷାକ୍ତ ସାପଟିକୁ ଅତି ସହଜରେ ଚିହ୍ନିପାରିବ । କାରଣ ଆମର ପରିବେଶ ପରିସଂସ୍ଥାରେ ସାପର ସ୍ଥିତି ଅତି ଜରୁରୀ ଅଟେ। ତେଣୁ ସାପମାନଙ୍କର ସଂରକ୍ଷଣ ଆମ ପରିବେଶ ପାଇଁ ନିହାତି ଜରୁରୀ ବୋଲି ସେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.