ଆସନ୍ତା କାଲି ଭାରତରେ ଲଞ୍ଚ ହୋଇପାରେ ଏବେ ପର୍ଯ୍ୟନ୍ତ ସବୁଠାରୁ ଦାମୀ ସ୍ମାର୍ଟଫୋନ, ଯାହାର ଦାମ ୪ଲକ୍ଷ ୮୦ ହଜାର

ସାଓମି ନିଜର ନୂଆ ଦୁଇଟି କେ ସିରିଜ୍ ଫୋନ ରେଡମି K୨୦ ଏବଂ ରେଡମି K୨୦ ପ୍ରୋ ଆସନ୍ତାକାଲି ଅର୍ଥାତ ୧୭ ଜୁଲାଇରେ ଭାରରତରେ ଲଞ୍ଚ ହେବାକୁ ଯାଉଛି। ସେହିଭଳି ଲଞ୍ଚ ହେବାର କିଛି ଘଣ୍ଟା ପୂର୍ବରୁ କମ୍ପାନୀ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରିମିୟମ ବ୍ୟାକ୍ ଫିନିସ୍ ସହିତ ଫଟୋ ସେୟାର କରିଛି ଯେଉଁଥିରେ ସୁନାର ପ୍ଲେଟ ରହିଥିବା ନଜରକୁ ଆସିଛି। ଜଣାଇବାକୁ ଚାହିଁବୁ ଯେ ଗତ ମାସରେ କମ୍ପାନୀ ରେଡମି K୨୦ ପ୍ରୋ ଏକ୍ସପ୍ଲୋରର ପ୍ରୋଗ୍ରାମ ଚାଲୁ କରିଥିଲା ଯାହାଦ୍ବାରା କିଛି ୟୁଜର୍ସଙ୍କୁ ଏହି ଫୋନ ପୂର୍ବରୁ ମିଳିଯିବ।

ରେଡମି ଇଣ୍ଡିଆ ଟ୍ବିଟ୍ ଅନୁଯାୟୀ ମୁତାବକ ରେଡମି K୨୦ ପ୍ରୋର ଏକ ଷ୍ପେଶାଲ ଭର୍ସନ ଲଞ୍ଜ ହେବ ଯାହାର ଦାମ ରହିପାରେ ୪,୮୦,୦୦ ଟଙ୍କା। କମ୍ପାନୀ ପ୍ରିମିୟମ ଗୋଲ୍ଡ ବ୍ୟାକ୍ ଫିନିଶ୍ ଫଟୋକୁ ସେୟାର କରିଛି ଯେଉଁଥିରେ କେ ଲେଖାଅଛି। ସେହିଭଳି ସାଓମି ଇଣ୍ଡିଆ ଡାଇରେକ୍ଟର ମନୁ କୁମାର ମଧ୍ୟ ସହିତ ଟ୍ବିଟ୍ କରି କହିଛନ୍ତି ଯେ ରେଡମି K୨୦ ପ୍ରୋ’ର ଏକ ଖାସ୍ ଭର୍ସନ ଆସିବ।

ଅବଶ୍ୟ ଏହା ସ୍ପଷ୍ଟ ହୋଇନି ଯେ ରେଡମି K୨୦ ପ୍ରୋର ଏହି ଖାସ୍ ଭର୍ସନ ବ୍ରିକ୍ରି ପାଇଁ ଉପଲବ୍ଧ ହେବ ନା କେବଳ ଏହାକୁ ସୋକେସ୍ ପାଇଁ ରଖିବ। ଏହାସହିତ ଏହି ଖାସ୍ ଭେରିୟଣ୍ଟ ଫିଚର୍ସ ବିଷୟରେ ବର୍ତ୍ତମାନ କୌଣସି ସୂଚନା ମିଳିନାହିଁ। ଜଣାଇବାକୁ ଚାହିଁବୁ ଆସନ୍ତା କାଲି ଭାରତରେ ରେଡମି K୨୦ ଏବଂ ରେଡମି K୨୦ପ୍ରୋ ଲଞ୍ଚ ହେବ ଯାହାର ସିଧା ମୁକାବିଲା ରିୟଲମି ଏକ୍ସ ସହିତ ହେବ। ଏହି ଦୁଇ ଫୋନକୁ ଚୀନରେ ଲଞ୍ଚ କରିଦିଆଯାଇଛି।

Leave A Reply

Your email address will not be published.