ପୁଅ ତୁଳନାରେ ଝିଅଙ୍କ ସଂଖ୍ୟା କମ୍, ସର୍ଭେରୁ ହୋଇଛି ଖୁଲାସା

ରାଜ୍ୟରେ ଲିଙ୍ଗଗତ ହାର ହ୍ରାସ ଏକ ଚିନ୍ତାର କାରଣ। ତଥାପି ଦେଶର ଅନ୍ୟ ରାଜ୍ୟତୁଳନାରେ ବେଶ ଆଗରେ ରହିଛି ଓଡ଼ିଶା। ଲିଙ୍ଗଗତ ହାରରେ ଓଡ଼ିଶାର ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ଛତିଶଗଡ଼ରେ ଏହା ୯୬୧, କେରଳରେ ୯୪୮, ପଶ୍ଚିମବଙ୍ଗରେ ୯୩୯ ଓ ଓଡ଼ିଶାରେ ୯୩୮ ରହିଛି। ମହିଳା ସଶକ୍ତୀ କରଣ ପାଇଁ ବହୁ ପଦକ୍ଷେପ ନେଉଛନ୍ତି ଓଡ଼ିଶା ସରକାର। ଭୃଣ ହତ୍ୟା ରୋକିବାକୁ କଡ଼ା ନିୟମ ରହିଛି। ମାଆ ଓ ଶିଶୁର ସୁରକ୍ଷା ପାଇଁ ମମତା ଭଳି ଯୋଜନା ରହିଛି। ଛାତ୍ରୀମାନଙ୍କ ପାଇଁ ବହୁ ଯୋଜନା ହେଉଛି। ଏପରିକି ରାଜନୈତିକ ସ୍ତରରେ ସଶକ୍ତ କରିବାକୁ ୩୩ ପ୍ରତିଶତ ସଂରକ୍ଷଣକୁ ପ୍ରଧାନ୍ୟ ଦିଆଯାଉଛି।

ସେପଟେ ଦେଶରେ ପ୍ରଜନନ ହାର ଅର୍ଥାତ ଜଣେ ମହିଳାଙ୍କଠାରୁ ଶିଶୁ ଜନ୍ମ ହାର ହ୍ରାସ ପାଇଛି। ୨୦୧୩ରେ ୨.୩ ଥିବା ବେଳେ ୨୦୧୭ରେ ଏହା ୨.୨ ରହିଛି। ରିପ୍ଲେସମେଣ୍ଟ ଫର୍ଟିଲିଟିଠାରୁ ନିକଟତର ହୋଇଛି ଏହି ହାର। ରିପ୍ଲେସମେଣ୍ଟ ଫର୍ଟିଲିଟ୍ ଅର୍ଥାତ ଯେଉଁ ହାରରେ ଶିଶୁ ଜନ୍ମ ନିଅନ୍ତି ତାହା ଜନସଂଖ୍ୟାକୁ ବଢାଏ ନାହିଁ କି କମାଏ ନାହିଁ। ଦେଶରେ ଏହି ହାର ୨.୧ ରହିଛି। ଓଡ଼ିଶାରେ ମଧ୍ୟ ପ୍ରଜନନ ହାର ହ୍ରାସ ପାଇବାରେ ଲାଗିଛି। ୨୦୧୫ରେ ୨, ୨୦୧୬ରେ ୨ ଥିବା ବେଳେ ୨୦୧୭ରେ ଏହା ୧.୯କୁ ହ୍ରାସ ପାଇଛି। ଅର୍ଥାତ ଓଡ଼ିଶାରେ ଟୋଟାଲ ଫର୍ଟିଲିଟି ରେଟ୍ ରିପ୍ଲେସନ ଫର୍ଟିଲିଟି ରେଟ୍ଠାରୁ କମ୍ ରହିଛି। ଯାହା ଭବିଷ୍ୟତ ପାଇଁ ଏକ ଶୁଭ ସୂଚନା।

Leave A Reply

Your email address will not be published.