୧୦୦ କୋଟି ଠକେଇ ଅଭିଯୋଗ ! ସମ୍ବନ୍ଧ ଫିନସର୍ବ କମ୍ପାନୀ ଏମ୍‌ଡି ଦୀପକ କିଣ୍ଡୋଙ୍କୁ ଗିରଫ କଲା EOW

ଭୁବନେଶ୍ବର(କେନ୍ଯୁଜ୍): ୧୦୦ କୋଟି ଠକେଇ ଅଭିଯୋଗରେ ଦୀପକ କିଣ୍ଡୋ ଗିରଫ। ସମ୍ବନ୍ଧ ଫିନସର୍ବ କମ୍ପାନୀ ଏମ୍‌ଡି ଦୀପକ କିଣ୍ଡୋଙ୍କୁ ଗିରଫ କରିଛି EOW। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଲୁଲୁଡିହାରୁ ବାନ୍ଧିଛି EOW। ଦୀର୍ଘ ଦିନ ଧରି ସେ ଫେରାର ଥିଲା। ତା ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା ପୋଲିସ।

ପୂର୍ବରୁ ଦୀପକଙ୍କ ପତ୍ନୀ ଅମୃତା କିଣ୍ଡୋଙ୍କୁ ଗିରଫ କରାଯାଇଥିଲା। ଦୀପକଙ୍କର ୪୭ଟି ସ୍ଥାନରେ ୬୧ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ସେ ବିଭିନ୍ନ ବ୍ୟାଙ୍କରୁ ଜାଲ କାଗଜପତ୍ର ଦେଇ ଶହେ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରଥିବା ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.