Below header

ଯାଜପୁର : ଜାରକା ବଜାରରୁ ଜବରଦଖଲ ଉଚ୍ଛେଦ ଜାରି, ସହଯୋଗ କରୁଛନ୍ତି ସ୍ଥାନୀୟ ବ୍ୟବସାୟୀ

ଯାଜପୁର (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲା ଜାରକା ବଜାରୁ ଜବରଦଖଲ ଉଚ୍ଛେଦ ଜାରି ରହିଛି । ୧୬ନଂ ଜାତୀୟ ରାଜପଥ ୬ଥାକିଆ
ରାସ୍ତା ନିର୍ମାଣ ସହ ଜାରକାଠାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ନିମନ୍ତେ ସରକାରୀ ଜମିରୁ ଜବରଦଖଲ
ହଟାଯାଉଛି । ତହସିଲ ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ପାର୍ଶ୍ୱ ସମେତ ଜାରକା ବଜାରରେ ସରକାରୀ
ଜାଗାରେ ବେଆଇନ ଭାବେ ଗଢି ଉଠିଥିବା ବାସଗୃହ ଓ ଦୋକାନ ଗୃହକୁ ଉଚ୍ଛେଦ କରାଯାଇଛି । ପୂର୍ବରୁ
ପ୍ରଶାସନ ପକ୍ଷରୁ ଅବରୋଧକାରୀଙ୍କୁ ନୋଟିସ ଦିଆଯାଇ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ବହୁ
ଦୋକାନୀ ନୋଟିସ ପାଇବା ପରେ ନିଜସ୍ୱ ଉଦ୍ୟମରେ ଦୋକାନକୁ ଭାଙ୍ଗି ସଫେଇ କରି ଦେଇଥିଲେ । ଏହି
ଉଚ୍ଛେଦ ପ୍ରକ୍ରିୟାରେ ଧର୍ମଶାଳା ଥାନା ଅଧିକାରୀଙ୍କ ସମେତ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହି
ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ତଦାରଖ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.