ନେହରୁ ଶେଖ ଅବଦ୍ଦୁଲାଙ୍କୁ ଖୁସି କରିବାକୁ କଶ୍ମୀରରେ ଅନୁଚ୍ଛେଦ ୩୭୦ ଧାରା ଲାଗୁ କରିଥିଲେ: ଶିବରାଜ ସିଂ

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୋଆରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଅନୁଚ୍ଛେଦ ୩୭୦କୁ ନେଇ ମୁହଁ ଖୋଲିଛନ୍ତି। ଶିବରାଜ ଉକ୍ତ କର୍ମୀ ସମ୍ମିଳନୀରେ ମୋଦି ଏବଂ ଅମିତ ଶାହାକୁ ଭଗବାନ କୃଷ୍ଣ ଏବଂ ଅଜୁର୍ନ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ଜମ୍ମୁ କଶ୍ମୀର ଏଭଳି ଅବସ୍ଥା ପାଇଁ ନେହରୁ ଦାୟୀ। ନେହରୁ ଶେଖ ଅବଦୁଲ୍ଲାଙ୍କୁ ଖୁସି କରାଇବା ପାଇଁ ସେଠାରେ ୩୭୦ ଧାରାକୁ ଲାଗୁ କରିଥିଲେ। ଏହାଛଡା ପାକିସ୍ତାନ କବ୍ଜା କରିଥିବା କଶ୍ମୀର ପାଇଁ ମଧ୍ୟ ନେହରୁ ଦାୟୀ ବୋଲି ସେ କହିଥିଲେ। ଭାରତୀୟ ଯବାନ ପାକିସ୍ତାନ ସୈନିକଙ୍କ ସହିତ ସଂର୍ଘଷ କରୁଥିବା ସମୟରେ ନେହେରୁ ଏକତରଫା ବିରାମ ଘୋଷଣା କରିଥିଲେ, ଯେଉଁଥି ପାଇଁ ପିଓକେ ସେମାନଙ୍କ କବ୍ଜାରେ ରହିଯାଇଥିଲା ବୋଲି ଶିବରାଜ ଅଭିଯୋଗ କରିଛନ୍ତି।
ଏହାସହ ପଢ଼ନ୍ତୁ ; ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ ସିଂ, କହିଲେ କେବଳ କଥାବାର୍ତ୍ତା ପିଓକେକୁ ନେଇ ହେବ
କେବଳ ଏତିକି ନୁହେଁ, ସେଠାରେ ଶିବରାଜ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ଟାଗେର୍ଟ କରିଛନ୍ତି। ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ଏହାକୁ ନେଇ ସବୁ ରାଜନୈତିକ ଦଳ ନିଜର ମତ ରଖିଥିବା ବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧୀ କିମ୍ବା ଅଧ୍ୟକ୍ଷ ସୋନିଆ ଗାନ୍ଧୀ କିଛି ମତ ରଖିନଥିଲେ। ଅନୁଚ୍ଛେଦ ୩୭୦କୁ ନେଇ ସେ ରାହୁଳଙ୍କୁ ରଞେ୍ଛାଡଦାସ ଗାନ୍ଧୀ ପାଲଟି ଯାଇଛନ୍ତି। ତେଣୁ ତାଙ୍କ ନିକଟରୁ ୩୭୦ ଅନୁଚ୍ଛେଦକୁ ନେଇ କିଛି ଆଶା କରାଯାଇନଥିଲା। କଂଗ୍ରେସକୁ ଯେତେବେଳେ କଂଗ୍ରେସ ପତ୍ତନ ଆଡକୁ ଗତି କରୁଛି, ସେତେବେଳେ ରାହୁଳ ତାଙ୍କ ଦାୟିତ୍ୱ ଛାଡି ଦେଇଛନ୍ତି। ତେଣୁ ତାଙ୍କଠାରୁ ଆଉ କ’ଣ ଆଶା କରାଯାଏ।