ଖୋର୍ଦ୍ଧା: ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ପୂର୍ବତନ ସିଡିଏମଓ ଡାକ୍ତର ବୈଦ୍ୟନାଥ ନାୟକ ଗିରଫ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଟାଉନ ସ୍ଥିତ ଏକ ଘରୋଇ କ୍ଲିନିକରେ ଜଣେ ମହିଳାଙ୍କୁ ଅସଦାଚରଣ ମାମଲାରେ ପୂର୍ବତନ ସିଡିଏମଓ ଡାକ୍ତର ବୈଦ୍ୟନାଥ ନାୟକ ଗିରଫ। ତାଙ୍କୁ ଗିରଫ କରିଛି ଖୋର୍ଦ୍ଧା ଟାଉନ ଥାନା ପୋଲିସ । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଡାକ୍ତର ତାଙ୍କୁ ଘରୋଇ କ୍ଲିନିକରେ ଚିକିତ୍ସା ନାମରେ ଅଶ୍ଲିଳ ଇଙ୍ଗିତ କରିବା ସହ ଅସଦାଚରଣ କରିଥିଲେ । ଏନେଇ ମହିଳା ଜଣକ ପରିବାର ସହ ଆଲୋଚନା କରି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପୋଲିସ ତାଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.