ଗଞ୍ଜେଇ ଚାଲାଣ ଯାଞ୍ଚ କରୁ କରୁ ମିଳିଲା ୧୮ ଲକ୍ଷ ଟଙ୍କା, ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ
ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜେଇ ଚାଲାଣ ଯାଞ୍ଚ ବେଳେ ଜଣେ ବ୍ଯକ୍ତିଙ୍କ ଠାରୁ ନଗଦ ୧୮ ଲକ୍ଷ ଟଙ୍କା ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ। ବ୍ରହ୍ମପୁର ଲାଞ୍ଜିପଲି ଜାତୀୟ ରାଜପଥରେ ଚଢ଼ାଉ ବେଳେ ମିଳିଛି ଏହି ଟଙ୍କା ।
ପୂର୍ବରୁ ଅନେକ ଥର ଅଳଙ୍କାର ବେପାରୀଙ୍କ ଠାରୁ ଏପରି ଟଙ୍କା ଓ ଅଳଙ୍କାର ମିଳିଥିଲା। କଟକ ଅଭିମୁଖେ ଯାଉଥିବା ବସର ଯାଞ୍ଚ ବେଳେ କୁଆଖାଇ ଯାଉଥିବା ସଞ୍ଜୟ ସାହୁ ନାମକ ବ୍ଯକ୍ତିଙ୍କ ଠାରୁ ମିଳିଛି ଏହି ଟଙ୍କା। ବାଦାମ ବିକ୍ରିର ଏହି ଟଙ୍କା ବୋଲି କହିଛନ୍ତି ସଞ୍ଜୟ । ତଦନ୍ତ ପରେ ଜଣା ପଡିବ ବୋଲି କହିଛନ୍ତି ଅବକାରୀ ଗୁଇନ୍ଦା ଆରକ୍ଷୀ ହୃଦୟ ଚନ୍ଦ୍ର ସାମନ୍ତ ।