ଆଧାର କାର୍ଡ ସାହାଯ୍ୟରେ ଜାଣନ୍ତୁ ନିଜ ବ୍ୟାଙ୍କ ବାଲାନ୍ସ ଡିଟେଲ୍ସ

ବ୍ୟାଙ୍କ ବାଲାନ୍ସକୁ ଚେକ କରିବା ପାଇଁ ହେଲେ ଆପଣ ଆଧାର କାର୍ଡର ବ୍ୟବହାର କରିପାରିବେ। ଆଧାର କାର୍ଡ ବ୍ୟାଙ୍କ ଖାତା ଓ ମୋବାଇଲ ନମ୍ବର ସହ ଲିଙ୍କ କରାଯାଇଥାଏ। ଏମିତିରେ ଆପଣ ଘରେ ବସି ନିଜ ଆକାଉଣ୍ଟର ସମସ୍ତ ତଥ୍ୟ ସମ୍ପର୍କରେ ଜାଣିପାରିବେ।

ଯଦି କାହା ପାଖରେ ବ୍ୟାଙ୍କ ଖାତା ରହିଛି ଆଉ ସେ ଅନଲାଇନ ବ୍ୟାକିଂ ଲେଣଦେଣ କରୁନାହାନ୍ତି। ତେବେ ଏମିତିରେ ନିଜ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଅଛି ଜାଣିବା ପାଇଁ ବ୍ୟାଙ୍କ କିମ୍ବା ଏଟିଏମ ଯାଇ ବ୍ୟାଙ୍କ ଖାତାରେ ମହଜୁଦ ଥିବା ଟଙ୍କା ଜାଣିଥାନ୍ତି। କିନ୍ତୁ ଏବେ ତ ବ୍ୟାଙ୍କ ସମ୍ବନ୍ଧୀୟ କିଛି ବି କାମ ହେଲେ ଆଧାର କାର୍ଡର ଆବଶ୍ୟକତା ପଡ଼ୁଛି।

ଆଜି କା ସମୟରେ ଭାରତରେ ଆଧାର କାର୍ଡର ଆବଶ୍ୟକତା ବହୁତ ବେଶି ବଢ଼ିଯାଇଛି। ଏହା ସମସ୍ତ ଜରୁରୀ ତଥା ଆର୍ଥିକ କାରବାର ପାଇଁ ଦରକାରୀ ହୋଇଥାଏ। ଆଧାର କାର୍ଡସାହାଯ୍ୟରେ ଅନେକ କାମ ସହଜରେ ହୋଇଯାଏ। ସେମିତିରେ ଆଧାର କାର୍ଡ ଅନେକ ଲୋକଙ୍କ ସମସ୍ୟା ମଧ୍ୟ ହୁଏ। ତେଣୁ ଏହାକୁ ସବୁ ସମୟରେ ଅପଡେଟ ତଥା ସଠିକ ଅପଡେଟ କରିବା ଜରୁରୀ। ଭୁଲ ତଥ୍ୟରେ କାମ ବି ପୁରା ହୁଏନି। ଏବେ ଆମେ ଆଧାର କାର୍ଡ ସହ ଜଡ଼ିତ ଏମିତି କିଛି କାମ ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ଖୁସି ହୋଇଯିବେ। ଆପଣ ନିହାତି ଭାବେ ଏହି ସୁବିଧା ବିଷୟରେ ଜାଣିନଥିବେ। ଜାଣିବା ପାଇଁ ଆମ ଭିଡ଼ିଓକୁୂ ପୂରା ଦେଖନ୍ତୁ..

ଯଦି କାହା ପାଖରେ ବ୍ୟାଙ୍କ ଖାତା ରହିଛି ଆଉ ସେ ଅନଲାଇନ ବ୍ୟାକିଂ ଲେଣଦେଣ କରୁନାହାନ୍ତି ତେବେ ସେ ବ୍ୟାଙ୍କର ବ୍ରାଞ୍ଚ କିମ୍ବା ଏଟିଏମ ଯାଇ ନିଜ ଆକାଉଣ୍ଟ ବିଷୟରେ ଜାଣିବାର ବିକଳ୍ପ ଥାଏ। ଏବେ ବ୍ୟାଙ୍କ ଆକାଉଣ୍ଟ ଓପନ ପାଇଁ ଆଧାର କାର୍ଡ ଜରୁରୀ। ଏଥିରେ ଅନେକ ତଥ୍ୟ ଷ୍ଟୋର ହୋଇ ରହିଥାଏ। କିନ୍ତୁ ଦେଶରେ ଅନେକ ଲୋକ ଏହାସମ୍ପର୍କରେ ଜାଣିନଥିବେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ , ଆପଣ ନିଜ ଆଧାର କାର୍ଡ ସାହାଯ୍ୟରେ ମଧ୍ୟ ବ୍ୟାଙ୍କ ବାଲାନ୍ସକୁ ଚେକ କରିପାରିବେ।

ବ୍ୟାଙ୍କ ବାଲାନ୍ସକୁ ଚେକ କରିବା ପାଇଁ ହେଲେ ଆପଣ ଆଧାର କାର୍ଡର ବ୍ୟବହାର କରିପାରିବେ। ଆଧାର କାର୍ଡ ବ୍ୟାଙ୍କ ଖାତା ଓ ମୋବାଇଲ ନମ୍ବର ସହ ଲିଙ୍କ କରାଯାଇଥାଏ। ଏମିତିରେ ଆପଣ ଘରେ ବସି ନିଜ ଆକାଉଣ୍ଟର ସମସ୍ତ ତଥ୍ୟ ସମ୍ପର୍କରେ ଜାଣିପାରିବେ। ଏଥିପାଇଁ କିଛି ଟିପ୍ସ ରହିଛି । ଜାଣିନିଅନ୍ତୁ..

-ପ୍ରଥମେ ନିଜ ରେଜିଷ୍ଟ୍ରର୍ଡ ମୋବାଇଲ ନମ୍ବରରେ *99*99*1#କୁ କଲ କରନ୍ତୁ।
-ଏବେ ନିଜ ଆଧାର କାର୍ଡ ନମ୍ବରକୁ ଏଣ୍ଟର କରାନ୍ତୁ।
-ଏହାପରେ ଆଧାର କାର୍ଡ ନମ୍ବର ପୁଣି ତରେ ଏଣ୍ଟର କରି ତାକୁ ଭେରିଫାଏ କରନ୍ତୁ।
-ଏହାପରେ ବ୍ୟାଙ୍କ ବାଲାନ୍ସ ର ମେସେଜ ମିଳିଯିବ। ଏଥିରେ ଆପଣ ସବୁ ଡିଟେଲ୍ସ ଜାଣିପାରିବେ।