ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ, ସାଲିଆ ସାହିରୁ ଜବତ କଲା ୧୦ ହଜାର ଲିଟର ପୋଚ

ସାଲିଆ ସାହିରେ ଚାଲିଥିଲା ଦଶହରା ପାଇଁ ସ୍ପେଶାଲ ମଦ ରନ୍ଧା । ଚଢ଼ାଉ କଲା ଅବକାରୀ ବିଭାଗ । ଶହ ଶହ ଲିଟର ମଦ ନଷ୍ଟ କରିବା ସହ ବ୍ୟାପକ ଚଢ଼ାଉ କରିଛି ଅବକାରୀ ବିଭାଗ । ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ କରିଛି । ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀ ମଦ ଜବତ କଲା ଅବକାରୀ ଥାନା ।

ଭୁବନେଶ୍ୱର (କେନ୍ୟୁଜ): ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ। ପୂଜା ପାଇଁ ପ୍ରସ୍ତୁତ ହେଉଥିଲା ମଦ ଉପରେ ଛାପା ମାରିଛି ଅବକାରୀ ଥାନା। ସଲିଆ ସାହିରେ ଚାଲିଥିଲା ଦଶହରା ପାଇଁ ସ୍ପେଶାଲ ମଦ ରନ୍ଧା । ଚଢ଼ାଉ କଲା ଅବକାରୀ ବିଭାଗ । ଶହ ଶହ ଲିଟର ମଦ ନଷ୍ଟ କରିବା ସହ ବ୍ୟାପକ ଚଢ଼ାଉ କରିଛି ଅବକାରୀ ବିଭାଗ । ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ କରିଛି । ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀ ମଦ ଜବତ କଲା ଅବକାରୀ ଥାନା ।

ଭୁବନେଶ୍ୱର ଅବକାରୀ ଥାନା ପକ୍ଷରୁ IIC ବିକାଶ ନାୟକଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇ ୧୫ ଜଣଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ପୂଜା ପାଇଁ ବ୍ୟାପକ ପରିମାଣର ମଦ ତିଆରି ଚାଲିଥିବା ସେମାନେ ସ୍ୱୀକାର କରିଛନ୍ତି । ଆଗକୁ କୁମାର ପୂର୍ଣ୍ଣିମା ଥିବା ବେଳେ ଦେଶୀ ମଦର ଡିମାଣ୍ଡକୁ ଦୃଷ୍ଟିରେ ରଖି ତିଆରି ଚାଲିଥିବା ଗିରଫ ପରେ କହିଛନ୍ତି ଅଭିଯୁକ୍ତ । ସେପଟେ ଆଗକୁ ବସ୍ତି ଓ ଚୋରା ମଦ ଆଡ୍ଡା ଉପରେ ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.