ରାଜ୍ୟରେ ଗଡ଼ୁନି ଘରୋଇ ବସ୍ , ଧର୍ମଘଟରେ ସାମିଲ ହୋଇ ନାହିଁ ବାଲେଶ୍ୱର ସଂଘ

ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି ଘରୋଇ ବସ୍ ମାଲିକ ସଂଘ । ସେପଟେ ରାଜ୍ୟ ବସ ମାଲିକ ସଂଘର ନିଷ୍ପତ୍ତି ବିରୁଦ୍ଧରେ ବାଲେଶ୍ଵର ଘରୋଇ ବସ୍ ମାଲିକ ସଂଘ।

ବାଲେଶ୍ଵର (କେନ୍ୟୁଜ): ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି ଘରୋଇ ବସ୍ ମାଲିକ ସଂଘ । ଜିଦରେ ଅଟଳ ରହିଛନ୍ତି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନହେବାରୁ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ସେପଟେ ରାଜ୍ୟ ବସ ମାଲିକ ସଂଘର ନିଷ୍ପତ୍ତି ବିରୁଦ୍ଧରେ ବାଲେଶ୍ଵର ଘରୋଇ ବସ୍ ମାଲିକ ସଂଘ।

ବାଲେଶ୍ଵରରେ ଦୁଇଟି ବସ ମାଲିକ ସଂଘ ରହିଥିବା ବେଳେ ଗୋଟିଏ ରାଜ୍ୟ ସଂଘ ପକ୍ଷରୁ ଦିଆଯାଇଥିବା ଧର୍ମଘଟକୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ସଂଘ୍ ବିରୋଧ କରୁଛି। ଆଜି ବାଲେଶ୍ଵର ବସ ଷ୍ଟାଣ୍ ରୁ ବିଭିନ୍ନ ଅଞ୍ଚଳକୁ ଘରୋଇ ବସ୍ ଚଳାଚଳ ପାଇଁ ମାଲିକ ସଂଘ ବସ ପଠାଇଛି । ଏଥିରେ ଆର୍ ଟି ଓ ମଧ୍ୟ ବସଷ୍ଟାଣ୍ଡରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବାଲେଶ୍ୱର ବସ ମାଲିକ ସଂଘର ସଭାପତି ବାଦଲ ଦାସ । ସେ କହିଛନ୍ତି ଦଶହରା ପର୍ବରେ ବା ଦଶହରା ଛୁଟିରେ ଛାତ୍ରଙ୍କ ଠାରୁ ଆରମ୍ଭ କରି କର୍ମଜୀବୀ ଘରକୁ ଫେରିଥାନ୍ତି । ଏପରି ସମୟରେ ବସ ଧର୍ମଘଟ କଲେ ସାଧାରଣ ଲୋକେ ହଇରାଣ ହେବ ।

ତେଣୁ ବାଲେଶ୍ୱର ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି କ୍ରମେ, ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ଆଜି ବାଲେଶ୍ୱର ଜିଲ୍ଲାରେ ଘରୋଇ ବସ ଚଳାଚଳ ସ୍ୱାଭାବିକ ରହିବ ବୋଲି କହିଛନ୍ତି ବାଦଲ ଦାସ ।