Below header

ଆସିକା ମାଗୁରା ଗାଁରେ ବିସ୍ଫୋରଣ ଘଟଣା, ୨ ଗିରଫ

ଗଞ୍ଜାମ : ଆସିକା ମାଗୁରା ଗାଁରେ ବିସ୍ଫୋରଣ ଘଟଣାରେ ୨ ଗିରଫ। ଗିରଫମାନେ ହେଲେ ମାଗୁରା ଗାଁର ଟୁଟୁ ପଣ୍ଡା,ଏସ୍‌.ପ୍ରକାଶ ରେଡ୍ଡୀ। ଏହା ସହ ବିସ୍ଫୋରକ ସାମଗ୍ରୀଟି ଡିଟୋନେଟର ବୋଲି ଜଣା ପଡିଛି। ଯାହାକି ପାହଡ଼ରେ ବିସ୍ଫୋରଣରେ ବ୍ୟବହାର କରାଯାଏ। ସ୍କୁଲ ନିକଟରେ ଥିବା ପାହଡ଼ ନିକଟରୁ ଦୁଇ ସ୍କୁଲ ଛାତ୍ର ଡିଟୋନେଟରଟିକୁ ପାଇଥିଲେ। କୌତୁହଳ ହୋଇ ଡେଟୋନେଟରକୁ ମୋବାଇଲ ବ୍ୟାଟେରୀରେ ସଂଯୋଗ କରିବାରୁ ତାହା ବିସ୍ଫୋରଣ ହୋଇଥିଲା। ଗତ ୨୦ ତାରିଖ ଦିନ ସ୍କୁଲ ପରିସରରେ ଏହି ଘଟଣା ଘଟିଥିଲା। ଏହା ପରେ ପାହାଡ଼ ପାଖରେ ଥିବା ସବୁ ଡିଟୋନେଟରକୁ ପୋଲିସ ଜବତ କରିଛି। ପାହାଡ଼ରେ ଏଗୁଡିକୁ ବ୍ୟବହାର କରୁଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୨୫୦ ଜିଲୋଟିନ ଷ୍ଟିକ, ୩୫୦ଟି ଡିଟୋନେଟର ଓ ୩୫୦ କିଲୋଗ୍ରାମର ବିସ୍ଫୋରକ ପାଉଡର ଜବତ କରିଛି ପୋଲିସ। ଏହାସହ ପ୍ରଶାସନ ଏବେ ସ୍ଥାନୀୟ ଅଂଚଳରେ ଥିବା ବିଭିନ୍ନ ପଥର କ୍ୱାରୀ ଉପରେ ଚଢାଉ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.