Below header

ଅପରିଚିତ ଲୋକଙ୍କ ସହ ଫେସବୁକରେ ବନ୍ଧୁତା ପଡିଗଲା ମହଙ୍ଗା, ଛୁଆକୁ ମାରିଦେବାର ଧମକ ଦେଇ ସାରାରାତି କଲେ ଦୁଷ୍କର୍ମ

ଅପରିଚିତ ଲୋକଙ୍କ ସହ ଫେସବୁକରେ ବନ୍ଧୁତା କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! ବୁଝି ବିଚାରି ସେମାନଙ୍କ ସହ ସାଙ୍ଗ ହୁଅନ୍ତୁ ନଚେତ ଆପଣ ମଧ୍ୟ ଏହି ମହିଳାଙ୍କ ଭଳି ଅବସ୍ଥା ଭୋଗି ପାରନ୍ତି। ପୂରା ଘଟଣା ଶୁଣିଲେ ଆପଣ ବି ହଡବଡାଇ ଯିବେ। ଆଉ ଫେସବୁକରେ ଅଜଣା ବନ୍ଧୁଙ୍କ ସହ ସାଙ୍ଗ ହେବାକୁ ମଧ୍ୟ ଭୟ କରିବେ। ଏଭଳି ଘଟଣାକୁ ସାମ୍ନା କରିଥିବା ଏହି ମହିଳା ଜଣେ ଫେସବୁକ ବନ୍ଧୁଙ୍କ ଦ୍ବାରା ଦୁର୍ଷ୍କମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ରାଜଗାଙ୍ଗପୁରର ଏହି ମହିଳା ଜଣକ ୩ ମାସ ପୂର୍ବେ ସମ୍ବିତ ପରିଜା ନାମକ ଏକ ଯୁବକଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲେ । ପରେ ଦିନକୁ ଦିନ ସେମାନଙ୍କ ବନ୍ଧୁତା ନୀବିଡ଼ ହେବାକୁ ଲାଗିଲା। ମହିଳା ଜଣକ ବିବାହିତ ଓ ତାଙ୍କର ଏକ ୩ ବର୍ଷର ଶିଶୁ ଥିବା ଜାଣି ମଧ୍ୟ ସମ୍ବିତ ମନେ ମନେ ଖରାପ ଭାବନାରେ ବୁଡି ରହୁଥିଲା। କାମନାକୁ ଚରିତାର୍ଥ କରିବା ପାଇଁ ଖୋଜୁଥିଲା ସୁଯୋଗ। ଆଉ ରାକ୍ଷୀପୂର୍ଣ୍ଣିମା ସତେ ଯେମିତ ସମ୍ବିତ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା।

ଅଭିଯୋଗ ଅନୁସାରେ ମହିଳା ଜଣକ ନିଜ ରାଉରକେଲାରେ ରହୁଥିବା ଭାଇମାନଙ୍କ ନିକଟକୁ ରାଖୀ ବାନ୍ଧିବା ପାଇଁ ଆସିଥିଲେ। ସେହି ସମୟରେ ସମ୍ବିତ ନିଜ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ଆଉ ଯୋଜନା ମୁତାବକ ଛେଣ୍ଡ କଲୋନୀର ନିଜ ଘରକୁ ଖାଲି ରଖିଥିଲେ। ମହିଳା ଜଣକ ନିଜ ପୁତ୍ରକୁ ନେଇ ସମ୍ବିତର ବାସଭବନକୁ ଯାଇଥିଲେ। ଏହି ସମୟରେ ସମ୍ବିତ ଓ ତାର ସାଥୀ ଅଭିଜିତ୍ ବୋଷ ମହିଳାଙ୍କର ପୁଅକୁ ଜୀବନରୁ ମାରିଦେବାର ଧମକ ଦେଇ ମହିଳାଙ୍କ ସହ ବାର ବାର ଦୁଷ୍କର୍ମ କରିଚାଲିଥିଲେ। ସେହିଦିନ ରାତି ତମାମ ତାଙ୍କଠାରେ କାମଲାଳସାକୁ ପୂର୍ଣ୍ଣ କରି ପରଦିନ ସକାଳେ ତାଙ୍କୁ ଛାଡିଦେଇଥିଲେ। ଆଉ ଧମକ ଦେଇ କହିଥିଲେ ଏକଥା କାହା ଆଗରେ କହିଲେ ଜୀବନରୁ ମାରିଦେବୁ। ଏହି ଘଟଣା ଘଟାଇ ସାରିବା ପରେ ପୁଣି ମହିଳାଙ୍କ ସହ ସମ୍ପର୍କ ରଖିବା ପାଇଁ ରାଉରକେଲା ଅସିବା ପାଇଁ ବାଧ୍ୟ କରୁଥିଲେ। ଏଥିରେ ଅସହ୍ୟ ହୋଇ ମହିଳା ଜଣକ ପରିବାର ସହ କଥା ହୋଇ ଗତ ୧୦ ତାରିଖରେ ଥାନାରେ ଏତଲା କରିଥିଲେ। ଅଭିଯୋଗ ପାଇ ପୋଲିସ ଅଭିଯୁକ୍ତ ସମ୍ବିତ ଅଭିଜିତକୁ ଗିରଫ କରି କୋର୍ଟ ଚାଳଣ କରିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.