ଡିଆରଡିଓରେ ଚାକିରି କରାଇ ଦେବା ନାଁରେ ୪ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ

RTI ବାଲେଶ୍ୱର: ଚାନ୍ଦିପୁର ଡିଆରଡିଓରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ। ୪ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗର ପର୍ଦ୍ଦାଫାସ କରିଛି କଟକ ତିଗିରିଆ ପୋଲିସ। ଗ୍ୟାଙ୍ଗର ମୁଖ୍ୟ ସହଯୋଗୀ ବୋଧିଶ୍ୱତ ପରିଡ଼ାକୁ ଗିରଫ କରାଯାଇଛି। ତା ନିକଟରୁ ନକଲି ନିଯୁକ୍ତି ପତ୍ର ଓ ପ୍ରମାଣପତ୍ର ଜବତ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଅଭୟ ବାରିକ ଫେରାର ଅଛି।

ଚାକିରି କରାଇ ଦେବା ପାଇଁ ଫୋନରେ ଟଙ୍କା ନେଣଦେଣ ସମ୍ପର୍କିତ କଥାବାର୍ତ୍ତାର ଅଡିଓ ଟେପ୍ରୁ ଘଟଣାର ଖୁଲ୍ଲାସା କରିଛି ପୋଲିସ। ଗତ ୨୫ ତାରିଖରେ ଆଠଗଡ଼ର ଶେଖ ରିଆନ୍ ମହମ୍ମଦ ବୋଧିଶ୍ୱତଙ୍କ ନାଁରେ ଠକେଇ ନେଇ ଏତଲା ଦେଇଥିଲେ। ଏହାପରେ ଖୋଳତାଡ କରିଥିଲା ପୋଲିସ।

Leave A Reply

Your email address will not be published.