ନୃଶଂସ ଝିଅ: ବାପା ମୁହଁକୁ ଢାଳିଦେଲା ଡ଼ହ ଡ଼ହ ତତଲା ପାଣି, ଆଖି ସମ୍ପୂର୍ଣ୍ଣ ନଷ୍ଟ

ରାଗ ଆଗରେ ଫିକା ପଡିଲା ସମ୍ପର୍କ । ବାପା ଉପରେ ଗରମ ପାଣି ଢାଳିଦେଲା ଝିଅ । ଏଭଳି ପାରିବାରିକ କଳହର କରୁଣ ପରିଣତି ଭରତପୁର ଅଞ୍ଚଳରେ ଦେଖିବକୁ ମିଳିଛି ।

ଭୁବନେଶ୍ୱର (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି । ମଣିଷ ରାଗ ଦେଖିଲାନି ବାପା-ଝିଅର ସମ୍ପର୍କ । ନିଜର ଜନ୍ମକଲା ବାପା ମୁହଁକୁ ଗରମ ପାଣି ଢାଳିଦେଲା ଝିଅ । ଘଟଣା ଘଟିଛି ଭରତପୁର ଥାନା ଭରତପୁର ବସ୍ତିରେ ।

ସୂଚନା ଅନୁସାରେ ଭରତପୁର ଅଞ୍ଚଳରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ଘଟଣାରେ ବାପା ରମେଶ ସାସମଲ ଗୁରୁତର ଆହତ ହୋଉଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରମେଶଙ୍କ ବାମପଟ ଆଖି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ପୋଲିସ ଝିଅ ଭାଗ୍ୟଲକ୍ଷ୍ମୀକୁ ଡାକି ପଚାରଉଚରା କରୁଛି । ଏଭଳି ଘଟଣା ପଛରେ କାରଣ କଣ ରହିଛି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପୋଲିସ ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.