Below header

ପୁରୀ ବେଳାଭୂମିରେ ବାଲୁକା କଳାରେ ମିସ୍‌ ୟୁନିଭର୍ସ ହରନାଜ ସାନ୍ଧୁଙ୍କୁ ଶୁଭେଚ୍ଛା

ପୁରୀ(କେନ୍ଯୁଜ୍): ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମିସ୍‌ ୟୁନିଭର୍ସ ହରନାଜ ସାନ୍ଧୁଙ୍କୁ ଶୁଭେଚ୍ଛା । ୨୧ ବର୍ଷ ପରେ ଭାରତ ହାତରେ ପୁଣି ମିସ ୟୁନିଭର୍ସ ଟାଇଟେଲ । ୭୦ ତମ ମିସ ୟୁନିଭର୍ସ ଜିତିଛନ୍ତି ହରନାଜ ସାନ୍ଧୁ । ତାଙ୍କ ସଫଳତାକୁ ନେଇ ପୁରୀ ବେଳାଭୂମିରେ ବାଲୁକାକଳା ପ୍ରଦର୍ଶନ କରାଯାଇଛି ।

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ମିସ୍‌ ୟୁନିଭର୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯାହାକି ଦର୍ଶକ ଓ କଳାପ୍ରେମୀଙ୍କୁ ବେଶ୍‌ ଆକୃଷ୍ଟ କରିଛି । ଭାରତ ପାଇଁ ଏହା ଏକ ଗୌରବର ବିଷୟ ବୋଲି ଅଭିହିତ କରିଛନ୍ତି ଶିଳ୍ପୀ ସୁଦର୍ଶନ । ଦେଶବାସୀ ଏହି ସଫଳତା ପାଇଁ ଗର୍ବିତ ବୋଲି ସେ ବାଲୁକା କଳାରେ ଉଲ୍ଲେଖ କରିଛନ୍ତି ।

ସୂଚନା ଥାଉକି, ଚଣ୍ଡିଗଡ଼ର ଝିଅ ହେଉଛନ୍ତି ହରନାଜ ସାନ୍ଧୁ । ସେ ମିସ୍‌ ଡିଭା ୟୁନିଭର୍ସ ୨୦୨୧ ରହିଥିଲେ । ଏଥର ଇସ୍ରାଲ୍‌ରେ ହେବାକୁ ଥିବା ୭୦ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଏହି ତନୁପାତେଳୀ ସୁନ୍ଦରୀ ଅନ୍ୟ ଦେଶରୁ ଆସିଥିବା ୮୦ ଜଣ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ଏବେ ବିଜେତା ହୋଇଛନ୍ତି ।

ଗୋଟିଏ ବଡ଼ ଚାଷୀ ପରିବାରରୁ ଆସିଛନ୍ତି ହରନାଜ । ଚଣ୍ଡିଗଡ଼ର ସିବାଲିକ ପବ୍ଲିକ ସ୍କୁଲରେ ପାଠ ପଢ଼ା ଆରମ୍ଭ କରିଥିଲେ । ଗ୍ରାଜୁଏସ୍‌ ପରେ ଏବେ ମାଷ୍ଟର ଡିଗ୍ରୀ କରୁଛନ୍ତି । ଏପଟେ ମଡେଲିଂକୁ ପେସା ଭାବେ ଗ୍ରହଣ କରିଛନ୍ତି । ୨୦୧୭ରେ ସେ ପ୍ରଥମେ କଲେଜର ଏକ ଷ୍ଟେଜ ସୋ’ରେ ଭାଗ ନେଇଥିଲେ । ତା ପରେ ଆଉ ଅଟକି ନାହାନ୍ତି । ହରନାଜ ଘୋଡ଼ା ଚାଳନା, ସନ୍ତରଣ, ଅଭିନୟ ଏବଂ ନୃତ୍ୟ ଆଦିରେ ବେଶ୍‌ ଦକ୍ଷତା ରଖିଛନ୍ତି । ତାଙ୍କୁ ବିଭିନ୍ନ ଜାଗା ବୁଲିବାକୁ ଭଲ ଲାଗେ । ଆଉ ଅଧିକାଂଶ ମଡେଲଙ୍କ ଭଳି ତାଙ୍କର ମଧ୍ୟ ଖୁବ୍‌ ଆଗ୍ରହ ରହିଛି ବଲିଉଡ୍‌ ଫିଲ୍ମରେ ଅଭିନୟ କରିବା ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.