ପେଥାଇ ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି, ଚିନ୍ତାରେ ଚାଷୀ

କେନ୍ୟୁଜ୍ :ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ଝଡ ପେଥାଇ । ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀର କାଟ୍ରେନିକୋନା ନିକଟରେ ଏହା ଲ୍ୟାଣ୍ଡଫଲ୍‌ କରିଛି । ପେଥାଇ ପ୍ରଭାବରେ କୋନାସିମା ଅଞ୍ଚଳରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ଲାଗି ରହିଛି । ଏଥିପାଇଁ ଗଞ୍ଜାମ ଜିଲ୍ଲା ଚାଷୀଙ୍କ ମୁଣ୍ଡରେ ଏବେ ଚଡ଼କ ।

photo_2018-12-17_14-10-43କାରଣ ଅଦିନିଆ ବର୍ଷା ଯୋଗୁଁ ନିଜ ନିଜର କଷ୍ଟ ଅର୍ଜିତ ଧାନ ଅମଳ ସୁରକ୍ଷିତ ହେବା କଷ୍ଟ ସାଧ୍ୟ ହେବା ସହ ଅମଳ ହୋଇପାରିବ ନାହିଁ । ଏଥିପାଇଁ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀ ତରବରିଆ ଭାବେ ଧାନ କାଟି ସୁରକ୍ଷିତ ସ୍ଥାନରେ ଗଚ୍ଛିତ କରୁଥିବା ଦେଖିବାକୁ ମିଳୁଛି । ସେପଟେ ଗତ କାଲିଠାରୁ ଜିଲ୍ଲାରେ ପାଗ କୋହଲା ଲାଗି ରହିଥିବା ବେଳେ ଝିପ୍ ଝିପ୍ ବର୍ଷା ଲାଗି ରହିଛି ।ବର୍ଷା ଲଗି ରହିଲେ ବିଲରେ ଥିବା ଧାନ କଳେଇ ନଷ୍ଟ ହେବାର ଆଶଙ୍କା ରହିଛି ।

frସେପଟେ ବର୍ଷାକୁ ନେଇ ଚିନ୍ତାରେ କୋରାପୁଟ ଜିଲ୍ଲା ଚାଷୀ। ସକାଳୁ କୋହଲା ପାଗ ସହ ବର୍ଷା ଲାଗି ରହିଛି। ଫଳରେ ଫସଲକୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ଚେଷ୍ଟା ଚଳାଇଛନ୍ତି। ତେବେ ଜମିରେ କଟା ହୋଇ ରହିଥିବା ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ସେହିପରି ଗଞ୍ଜାମ ଜିଲ୍ଲାରେ ଝିପି ଝିପି ବର୍ଷା ଲାଗି ରହିଛି । ନିଜ ଫସଲ ସୁରକ୍ଷା ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ବର୍ଷା ଲଗି ରହିଲେ ବିଲରେ ଥିବା ଧାନ କଳେଇ ନଷ୍ଟ ହେବାର ଆଶଙ୍କା ରହିଛି ।

rainଏହି ପାଥୋଇ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ମଧ୍ଯ ବର୍ଷା ଲାଗି ରହିଛି। ନିଜ ଫସଲ ସୁରକ୍ଷା ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ବର୍ଷା ଲଗି ରହିଲେ ବିଲରେ ଥିବା ଧାନ କଳେଇ ନଷ୍ଟ ହେବାର ଆଶଙ୍କା ରହିଛି । ସେହିପରି ମାଲକାନଗିରି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ବିଲରେ ଅମଳ ଧାନ ପଡିରହିଥିବାବେଳେ ଆଉ କିଛି ଚାଷୀଙ୍କ ଧାନ ମଣ୍ଡିରୁ ଉଠିନି । ଋଣ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.