Below header

ଝିଅକୁ ଦେଖିପାରିଲାନି ମା’ , ବାଟରେ ଚାଲିଗଲା ଜୀବନ

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝରଜିଲ୍ଲା ଘଟଗାଁ ବାଲିଯୋଡ଼ି ନିକଟରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମହିଳା ଜଣଙ୍କ ପର୍ଶୁରାମପୁରର ଲୋଚନା ନାଏକ। ଗତକାଲି ଲୋଚନା ପର୍ଶୁରାମପୁରରୁ ଝିଅ ଘର ବାଲିଯୋଡ଼ିକୁ ବସ୍ ରେ ଆସିଥିଲେ। ବସ୍ରୁ ଓହ୍ଲାଇ ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ କିଛି ସମୟ ଧରି ଉତ୍ତେଜନା ଦେଖିବାକୁ ମିଳିଥିଲା । ମୃତା ମହିଳାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ଦାବିରେ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଉତ୍ତେଜିତ ଲୋକେ । ଶେଷରେ ଘଟଣାସ୍ଥଳରେ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.