ଆଜିଠାରୁ ଓଡ଼ିଶା ମହୋତ୍ସବ , ସୁରତରେ ପ୍ରବାସୀ ଓଡ଼ିଆଙ୍କ ସହ ଭାବର ଆଦାନ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ସୁରତ(କେନ୍ୟୁଜ୍) : ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ମହୋତ୍ସବ । ଆଜିଠାରୁ ଗୁଜୁରାଟ ସୁରତରେ ଅନୁଷ୍ଠିତ ହେଉଛି ଓଡ଼ିଶା ମହୋତ୍ସବ । ଅପରାହଣ ୭ଟା ୧୫ ମିନିଟରେ ସମ୍ମିଳନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ଗୁଜୁରାଟ ଗସ୍ତରେ ଯାଉଛନ୍ତି । ଅମରେଲୀ ରାଜୱାଡ଼ ପାର୍ଟିପ୍ଲଟ ପଡ଼ିଆରେ ଅନୁଷ୍ଠିତ ହେବ ଓଡ଼ିଶା ମହୋତ୍ସବ । ପ୍ରବାସୀ ଓଡ଼ିଆଙ୍କ ସହ ଭାବର ଆଦାନ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଯୁକ୍ତି ଭଳି ପ୍ରସଙ୍ଗ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବେ ।

sରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପ୍ରବାସୀ ଓଡ଼ିଆଙ୍କ ଓଡ଼ିଶାରେ ଥିବା ପରିବାର ପାଖରେ ପହଞ୍ଚି ପାରୁଛିକି ନାହିଁ ସେ ସଂପର୍କରେ ମଧ୍ୟ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ପ୍ରବାସୀ ଓଡ଼ିଆଙ୍କୁ ଅବଗତ କରାଇବାକୁ ଏକ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି । ଏଠାରେ ଦେଖିବାକୁ ମିଳିବ ଓଡ଼ିଆ ସଂସ୍କୃତି, ପରଂପରାର ଝଲକ । ସୁରତରେ ବାସ କରନ୍ତି ୮ଲକ୍ଷରୁ ଅଧିକ ଓଡିିଆ । ମହୋତ୍ସବ ଓଡ଼ିଶା ସହ ଯୋଡ଼ିବାକୁ ଏକ ପ୍ରୟାସ । ଏହାସହ ମୁଖ୍ୟମନ୍ତ୍ରୀ ଦାସ୍କରୋଇ ଜିଲ୍ଲାରେ ଥିବା ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲ ପରିଦର୍ଶନ କରିବା ସହ ସେଠାରେ ଚିକିତ୍ସିତ ଓଡ଼ିଆ ରୋଗୀଙ୍କ ଭେଟିବାର କାର‌୍ୟ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.