Below header

ଦାଦନ ଶ୍ରମିକ ହୋଇ ଯାଅନି ଚାଷ କରି ସୁନା ଫଳାଅ, ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କୁ ଚାଷୀଙ୍କ ବାର୍ତ୍ତା

ଆମେ କହୁଛୁ ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଂଚାୟତ ସରଧାପୁର ଗାଁ ଚାଷୀ କେଶବ ଛୁରାଙ୍କ କଥା । ଯିଏ ସର୍ବଦା କହିଥାନ୍ତି କି ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଇ ଦୁଃଖ କଷ୍ଟ ସହି ନିର୍ଯ୍ୟାତନା ପାଇବା ଅପେକ୍ଷା ନିଜ ଗାଁ ମାଟିରେ ପରିଶ୍ରମ କରି ଦିପଇସ ରୋଜଗାର କରିବାଟା କୋଟି ଗୁଣରେ ଭଲ ।

କଂଟାବାଞ୍ଜି(କେନ୍ୟୁଜ): ସବୁ ଦିନ ପରି ଚାଷୀ ପୁଅଟି ହାତରେ କୋଦାଳ, କାନ୍ଧରେ ଗାମୁଛାଟିଏ ପକାଇ ବାହାରି ପଡିଛନ୍ତି କ୍ଷେତ୍ରକୁ । କ୍ଷେତରେ ଫଳିଥିବା ସୁନାର ଫସଲକୁ ତଦାରଖ କରିବା ସହ ସେ କିଛି ନୂଆ ଚାରା ଲଗାଇଥାନ୍ତି ।  ଆମେ କହୁଛୁ ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଂଚାୟତ ସରଧାପୁର ଗାଁ ଚାଷୀ କେଶବ ଛୁରାଙ୍କ କଥା । ଯିଏ ନିଜ ୯ ଏକର ଚାଷ ଜମିରୁ ୭ ଏକର ଚାଷ ଜମି ପାଇଁ ଗଭୀର କୂପ ଟିଏ ଖୋଳି ଟମାଟର ,ଲଙ୍କା, କଦଳି ବାଇଗଣ,କଲରା, ,ଆମ୍ବ,ତଥା ବିଭିନ୍ନ ପ୍ରକାର ପନିପରିବା ଚାଷ ଶହ ଫଳ ଗଛ ଲଗାଇ ସବୁଜିମା କରିପାରିଛନ୍ତି କେଶବ ।

ସେ ସର୍ବଦା କହିଥାନ୍ତି କି ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଇ ଦୁଃଖ କଷ୍ଟ ସହି ନିର୍ଯ୍ୟାତନା ପାଇବା ଅପେକ୍ଷା ନିଜ ଗାଁ ମାଟିରେ ପରିଶ୍ରମ କରି ଦିପଇସ ରୋଜଗାର କରିବାଟା କୋଟି ଗୁଣରେ ଭଲ । ମାଟିରୁ ସୁନା ଫଳିବ ଆଉ ସେଥିରେ ନିଜ ପରିବାର ଖୁସିରେ ରହିବ । ଏହା ହେଉଛି ଏହି ସଫଳ ଚାଷୀ ଜଣଙ୍କର ଦାଦନ ଶ୍ରମିକଙ୍କ ପାଇଁ ବାର୍ତ୍ତା । ନିଜ ଗାଁ ରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଦୁଃଖ କଷ୍ଟରେ ଘରକୁ ଫେରୁଥିବା ଶ୍ରମିକଙ୍କୁ ଚାଷୀ ଜଣକ ବୁଝାଇବା ଶହ ଚାଷ କାର୍ଯ୍ୟ ପ୍ରତି ସମସ୍ତଙ୍କୁ ଆକୃଷ୍ଟ କରାଉଛନ୍ତି ।

chasi

ନିଜେ ଚାଷ କରିବା ଶହ ଚାଷୀ କେଶବ ଅନ୍ୟ ଚାଷୀ ଙ୍କୁ ଆକୃଷ୍ଟ କରୁଛନ୍ତି। ଏହି ଚାଷ କୁ ଦେଖାଇ ଶ୍ରମିକ ଙ୍କୁ ଗାଁ ମାଟିରେ ଚାଷ କରି ସୁନା ଫଳାଅ ବୋଲି ବୁଝାଇବା ଶହ କିଛି ପରିବାର କୁ ଚାଷ କାର୍ଯ୍ୟ କରାଇ ପାରିଥିବା ସେ ପ୍ରକାଶ କରିଛନ୍ତି । ସରକାରୀ ସାହାର୍ଯ୍ୟ ଆଉ ଟିକେ ମିଳିଲେ ସେ ଆହୁରି ଭଲ ଚାଷ କରିପାରନ୍ତେ ବୋଲି କହିଛନ୍ତି । ଏନେଇ ଆମେ ବଲାଙ୍ଗିର ଜିଲ୍ଲା ଉପ ଉଦ୍ୟାନ ନିର୍ଦେଶକଙ୍କୁ ପଚାରିଥିଲୁ ସେ କହିଥିଲେ କେଶବଙ୍କୁ ବିଭିନ୍ନ ସମୟରେ ଉଦ୍ୟାନ ବିଭାଗ ପକ୍ଷରୁ ସାହାର୍ଯ୍ୟ ଦିଆଯାଉଛି । ଆଗକୁ ମଧ୍ୟ ଯାହା କିଛି ସରକାରି ସାହାର୍ଯ୍ୟ ସହଯୋଗ ଅଛି ଦିଆଯିବ ବୋଲି କହିଛନ୍ତି ।

ଚାଷୀର କ୍ଷେତରେ ଫଳିଛି ସୁନାର ଫସଲ । ଗାଁ ମାଟିରେ ଚାଷ କରି ଆତ୍ମନିର୍ଭର ଶୀଳ ହୋଇ ପାରିଛନ୍ତି ସେ । ବାହାର ରାଜ୍ୟକୁ ଦାଦାନ ଖଟି ନ ଯାଇ ପରିଶ୍ରମ କଲେ ନିଜ ଗାଁରୁ ମଧ୍ୟ ଭଲ ଲାଭବାନ ହୋଇ ପରିବାର ଚଳାଇ ହେବ, ଏହାକୁ ସେ ପ୍ରମାଣ କରିଦେଖାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.