ବିଶ୍ୱକପ ୨୦୨୩ ର ଷ୍ଟାର ବୋଲର ମହମ୍ମଦ ଶାମିଙ୍କୁ ମିଳିପାରେ ଅର୍ଜୁନ ପୁରସ୍କାର, ବିସିସିଆଇ କଲା ସୁପାରିଶ

ଅର୍ଜୁନ ପୁରସ୍କାର ପାଇଁ ମହମ୍ମଦ ଶାମିଙ୍କ ନାମକୁ ସୁପାରିଶ କରିଛି ବିସିସିଆଇ । ଦେଶର ଦ୍ୱିତୀୟ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ପଠାଯାଇଥିବା ପ୍ରଥମ ତାଲିକାରେ ଶାମିଙ୍କ ନାଁ ନଥିଲା । କିନ୍ତୁ ବିସିସିଆଇ ଏବେ କ୍ରୀଡ଼ା ମନ୍ତ୍ରଣାଳୟକୁ ଶାମିଙ୍କ ନାଁ ପୁରସ୍କାର ଦୌଡ଼ରେ ରଖିବାକୁ ସ୍ୱତନ୍ତ୍ର ଅନୁରୋଧ ପଠାଇଥିବା ଜଣାପଡ଼ିଛି ।

ଭାରତୀୟ ଟିମର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର । ବିଶ୍ୱକପରେ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ଷ୍ଟାର ବୋଲର ମହମ୍ମଦ ଶାମିଙ୍କୁ ଅର୍ଜୁନ ପୁରସ୍କାର ପାଇଁ ନାଁକୁ ବିସିସିଆଇ ସୁପାରିଶ କରିଛି ।

୩୩ ବର୍ଷୀୟ ଶାମି ନିଜ ବୋଲିଂ ଦ୍ୱାରା ବିଶ୍ୱକପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲେ ହେଁ ପୂରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିଲା । ଶାମି ପୂର୍ବ ୪ଟି ମ୍ୟାଚ୍‌ ଖେଳିପାରିନଥିଲେ କିନ୍ତୁ ପରେ ୭ଟି ମ୍ୟାଚରେ ୨୪ ୱିକେଟ ନେଇ ରେକର୍ଡ କରିଥିଲେ । ଏଥିପାଇଁ ବିସିସିଆଇ ତାଙ୍କ ନାଁକୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛି ।

ମନ୍ତ୍ରଣାଳୟ ଚଳିତ ବର୍ଷର କ୍ରୀଡ଼ା ସମ୍ମାନ ପାଇଁ ୧୨ ଜଣିଆ କମିଟି ଗଠନ କରିଛି । ଏହି କମିଟି ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଓ ଅର୍ଜୁନ ଆୱାର୍ଡ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କୁ ବାଛିବେ । କମିଟିର ନେତୃତ୍ୱ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ ଖାନୱିଲକର ନେବେ ।

ସୂଚନାଯୋଗ୍ୟ, ଏବେ ଭାରତୀୟ ଟିମ ମଧ୍ୟରେ ୩ଟି ଟି-୨୦, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯିବ । ଟି୨୦ ମ୍ୟାଚ ଦୁଇଟି ଖେଳା ସରିଛି । ଭାରତ ୦-୧ରେ ପଛୁଆ ରହିଛି । ଶାମି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିବେ ।

ବିଶ୍ୱକପ ୨୦୨୩ରେ ବୋଲିଂରେ କମାଲ କରି ସମସ୍ତଙ୍କ ମନ ଜିଣିପାରିଛନ୍ତି ମହମ୍ମଦ ଶାମି । ଆଉ ତାଙ୍କ ଫ୍ୟାନ୍‌ ଫଲୋଇଂ ସଂଖ୍ୟା ବଢିବାରେ ଲାଗିଛି । ତେବେ ଶାମି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ସେଥିରେ ଦେଖିବାକୁ ମିଳିଛି କି, ତାଙ୍କ ଫାର୍ମ ହାଉସରେ ଅଧିକ ସଂଖ୍ୟାରେ ଫ୍ୟାନ୍ସ ଦେଖା କରିବାକୁ ପହଞ୍ଚିଛନ୍ତି । ଫ୍ୟାନ୍ସଙ୍କ ଭିଡ ଦେଖି ଶାମି ନିଜ ଫାର୍ମହାଉସର ସିକ୍ୟୁରିଟି ବଢାଇବାକୁ ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.