ପୁରୀ ରାମମନ୍ଦିର ନିକଟ ସାଲବେଗ ସାହିରେ ମରଣାନ୍ତକ ଆକ୍ରମଣ, ୨ ଜଣଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

ପୁରୀ(କେନ୍ଯୁଜ୍): ପୁରୀ ରାମମନ୍ଦିର ନିକଟ ସାଲବେଗ ସାହିରେ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳା ଓ ଜଣେ ଯୁବକଙ୍କୁ ଭୁଜାଲିରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଆହତ ଦୁଇ ଜଣ ବି. ମାୟା ରେଡ୍ଡି ଓ ଆର. ମଙ୍ଗୁଳି ରେଡ୍ଡି । ସମୁଦ୍ର କୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।