ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍ତ୍ରୀ ଆଗରେ ଚାଲିଗଲା ସ୍ବାମୀର ଜୀବନ

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍ତ୍ରୀ ଆଗରେ ଚାଲିଗଲା ସ୍ବାମୀର ଜୀବନ । ସ୍ବାମୀ ସ୍ତ୍ରୀ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଅନ୍ୟ ଏକ ବାଇକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ ହୋଇଥିବାବେଳେ ୧ ଗୁରୁତର ହୋଇପଡ଼ିଛନ୍ତି ।

ମୃତକ ହେଲେ ବାଦିକଟା ଗ୍ରାମର ଜଗନ୍ନାଥ ଜଗଦଲା ଅନ୍ୟ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଗୁରୁତର ପଦ୍ମାଳୟା ଜଗଦଲାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବୌଦ୍ଧ ପୋଲିସର ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି । ମୃତକ ଜଣକ ବୌଦ୍ଧ ପଲିଟେକନିକ ଶିକ୍ଷାନୁଷ୍ଠାନର ଶିକ୍ଷକ ବୋଲି ଜଣାପଡ଼ିଛି ।

ପଦ୍ମାଳୟାଙ୍କ ସ୍ୱାମୀ ହେଉଛନ୍ତି ମୃତକ ଜଗନ୍ନାଥ ଜଗଦଲା। ତେବେ ପରବର୍ତ୍ତୀ ସୂଚନା ଅନୁଯାୟୀ ଅନ୍ୟ ବାଇକରେ ଥିବା ଜଣେ ଯୁବକଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଛି । ତାଙ୍କ ନାଁ ହେଉଛି ମୁନୁସନ୍ନ୍ୟାସୀ। ମୁନୁଙ୍କ ଘର ମନମୁଣ୍ଡା ଥାନା ଅଞ୍ଚଳରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.