ନଦୀକୁ ଡେଇଁ ବାପା-ଝିଅ ନିଖୋଜ, ୧୨ ଘଣ୍ଟା ପରେ ବି ମିଳୁନି ପତ୍ତା

ନଦୀକୁ ଡେଇଁ ବାପା-ଝିଅ ନିଖୋଜ। ଆଖୁଆପଦା ବୈତରଣୀ ସେତୁ ଉପରୁ ଝିଅକୁ ଧରି ନଦୀକୁ ଡେଇଁ ପଡିଥିଲେ ଵାପା । ଭଦ୍ରକ ଭଣ୍ଡାରିପୋଖରୀ ବାଲିପୋଖରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତି ୯ଟାରୁ ଦୁଇ ଜଣ ଡେଇଁ ପଡିଥିବାବେଳେ ଏପର୍ଯ୍ୟନ୍ତ ଖୋଜଖବର ମିଳିନି।

ଭଦ୍ରକ (କେନ୍ୟୁଜ): ୧୨ ଘଣ୍ଟା ପରେ ବି ମିଳୁନି ବାପା-ଝିଅଙ୍କ ପତ୍ତା। ନଦୀ ଭିତରେ ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବାହିନୀ। ଗତକାଲି ଆଖୁଆପଦା ବୈତରଣୀ ସେତୁ ଉପରୁ ଝିଅକୁ ଧରି ନଦୀକୁ ଡେଇଁ ପଡିଥିଲେ ଵାପା । ରାତି ୯ଟାରୁ ଦୁଇ ଜଣ ଡେଇଁ ପଡିଥିବାବେଳେ ଏପର୍ଯ୍ୟନ୍ତ ଖୋଜଖବର ମିଳିନି।

ଭଦ୍ରକ ଭଣ୍ଡାରିପୋଖରୀ ବାଲିପୋଖରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ନିଖୋଜ ବ୍ୟକ୍ତି ଵାଲିପୋଖରୀ ପଂଚାୟତ ପରମାନନ୍ଦ ପୁର ଗାଁର ଚନ୍ଦନ ସାହୁ । ଗତକାଲି ରାତିରେ ଵାପ ଝିଅ ଦୁହେଁ ଏକ ମୋଟରସାଇକେଲ ଯୋଗେ ଗାଁରୁ ସିଧାସଳଖ ଆସି ପୋଲ ଉପରେ ରହିଥିଲେ। ସେଠାରେ ମୋଵାଇଲ, ଜୋତା ଓ ବାଇକ ରଖି ନଦୀକୁ ଡେଇଁ ପଡିଥିଲେ । ଗତ ୨ ମାସ ତଳେ ଚନ୍ଦନଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମାନସିକ ଭାରସାମ୍ୟ ହରାଇ ଚନ୍ଦନ ଏପରି କରିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.