କାମାକ୍ଷାନଗରରେ ଚାଞ୍ଚଲ୍ୟ, ଜେଲ୍ ଫେରନ୍ତାଙ୍କୁ ଗୁଳି କରି ହତ୍ୟା

କାମାକ୍ଷାନଗରରେ ପୁଣି ଫୁଟିଲା ଗୁଳି। ଗୁଳିମାଡରେ ପଥର ଖଣି ବ୍ୟବସାୟୀ ମୃତ । ତେବେ କିଏ ଓ କାହିଁକି ତାଙ୍କୁ ଗୁଳି ମାରିଲା ? ଅଧିକ ଖୋଳତାଡ କରୁଛି ପୋଲିସ ।

କାମାକ୍ଷାନଗର (କେନ୍ୟୁଜ): ଜେଲ୍ ଫେରନ୍ତାଙ୍କୁ ଗୁଳି କରି ହତ୍ୟା। କାମାକ୍ଷାନଗରରେ ପୁଣି ଫୁଟିଲା ଗୁଳି। ଗୁଳିମାଡରେ ପଥର ଖଣି ବ୍ୟବସାୟୀ ମୃତ । ତାଙ୍କ ଛାତିରେ ଗୁଳି ବାଜିଛି। ମୃତକଙ୍କ ନାଁ ନିରାକାର ସାହୁ ।

ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ ଏହି ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ କରାଯାଇଥିବା ଜଣାଯାଇଛି । କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ୨ ୨୦୨୧ ମସିହା ବାରୁଆଁ ସମିତି ସଭ୍ୟ ଦିପକ ମାହୁନ୍ତ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲେ ମୃତ ନିରାକାର ସାହୁ । ତେବେ କିଏ ଓ କାହିଁକି ତାଙ୍କୁ ଗୁଳି ମାରିଲା ? ଅଧିକ ଖୋଳତାଡ କରୁଛି କାମାକ୍ଷାନଗର ଥାନା ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.