ଆସନ୍ତା ୨ରୁ କୋରାପୁଟରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା, ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ିବ

ଆସନ୍ତା ୨ ତାରିଖରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ସବୁ ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ିବ ସରକାରୀ ବସ୍ । ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳ ଦ୍ବାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘରୋଇ ବସ୍ ଚଳାଚଳର ସମୟ ନିର୍ଘଣ୍ଟ ଯଦି ପ୍ରଭାବିତ ହେଉଥାଏ, ତାହେଲେ ଏଦିଗରେ ଆରଟିଓମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି ।

କୋରାପୁଟ (କେନ୍ୟୁଜ): ଆସନ୍ତା ୨ ତାରିଖରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ସବୁ ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ିବ ସରକାରୀ ବସ୍ । ତାପୂର୍ବରୁ ମୋ ବସ୍ ଷ୍ଟାଣ୍ଡ ଓ ଲକ୍ଷ୍ମୀ ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ । ଭର୍ଚୁଆଲରେ ସାମିଲ ହୋଇଥିଲେ ସବୁ ଜିଲ୍ଲାପାଳ ।

ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳ ଦ୍ବାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘରୋଇ ବସ୍ ଚଳାଚଳର ସମୟ ନିର୍ଘଣ୍ଟ ଯଦି ପ୍ରଭାବିତ ହେଉଥାଏ, ତାହେଲେ ଏଦିଗରେ ଆରଟିଓମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି । ସଂପୃକ୍ତ ଆରଟିଓମାନେ ସେହି ଜିଲ୍ଲାର ଘରୋଇ ବସ୍ ମାଲିକ ସହ ବୈଠକ କରିବେ । ସେହିପରି ପରମିଟ୍ ପ୍ରଦାନ କ୍ଷେତ୍ରରେ ରାଜ୍ୟ ପରିବହନ ପ୍ରାଧିକରଣର ପ୍ରସ୍ତାବକୁ ଅନୁସରଣ କରାଯିବ । ଏନେଇ ଘରୋଇ ବସ୍ ମାଲିକ ସଂଘକୁ ଚିଠି ମାଧ୍ୟମରେ ଗତକାଲି ଅବଗତ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.