ବଢୁଛି ବିଶ୍ବକପ୍ କ୍ରେଜ : ଭାରତରେ ପହଞ୍ଚିଲେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍

ବିଶ୍ବକପ୍ କ୍ରିକେଟକୁ ଆଉ ରହିଲା ୭ ଦିନ । ଦିନ ପାଖେଇବା ସହ ୱାର୍ଲଡ କପ୍ କ୍ରେଜ ବି ବଢ଼ିଲାଣି । ଟିମ୍ ପହଞ୍ଚିବା ଆରମ୍ଭ କଲେଣି । ଗତକାଲି ଭାରତରେ ପହଞ୍ଚିଛି ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ କ୍ରିକେଟ ଟିମ୍ । ବାବର ଆଜମଙ୍କ ନେତୃତ୍ବରେ ଦୁବାଇ ଦେଇ ହାଇଦ୍ରାବଦ ଆସିଛି ପାକିସ୍ତାନ ଟିମ୍ ।

ବିଶ୍ବକପ୍ କ୍ରିକେଟକୁ ଆଉ ରହିଲା ୭ ଦିନ । ଦିନ ପାଖେଇବା ସହ ୱାର୍ଲଡ କପ୍ କ୍ରେଜ ବି ବଢ଼ିଲାଣି । ଟିମ୍ ପହଞ୍ଚିବା ଆରମ୍ଭ କଲେଣି । ଗତକାଲି ଭାରତରେ ପହଞ୍ଚିଛି ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ କ୍ରିକେଟ ଟିମ୍ । ବାବର ଆଜମଙ୍କ ନେତୃତ୍ବରେ ଦୁବାଇ ଦେଇ ହାଇଦ୍ରାବଦ ଆସିଛି ପାକିସ୍ତାନ ଟିମ୍ । ସେମାନଙ୍କୁ ଏୟାପପୋର୍ଟରେ ଗ୍ରାଣ୍ଡ ୱେଲକମ୍ କରାଯାଇଥିଲା । ୭ ବର୍ଷ ପରେ ଭାରତ ଗସ୍ତରେ ଆସିଛି ପାକିସ୍ତାନ ଟିମ୍ । ଶେଷ ଥର ୨୦୧୬ରେ ଆସିଥିଲା । ଆସନ୍ତା ୨୯ ତାରିଖରେ ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ମ ଅପ୍ ମ୍ୟାଚ୍ ଖେଳିବ ପାକିସ୍ତାନ । ବିଶ୍ବକପ୍ ଅଭିଯାନରେ ନେଦରଲାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବ ।

ଅକ୍ଟୋବର ୧୪ ତାରିଖରେ ରହିଛି ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଟକ୍କର । ଏଥର ଭାରତ ବିଶ୍ବକପ୍ ଟାଇଟଲ୍ ଦାବିଦାର ରହିଛି । ଏସିଆ କପ୍ ଚାମ୍ପିଅନ୍ ହୋଇଥିବା ବେଳେ ପାଞ୍ଚ ଥର ବିଶ୍ବ ଚାମ୍ପିଅନ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହୋମ୍ ଭେନ୍ୟୁରେ ସିରିଜ ହରାଇଛି । ତେଣୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ବି ଟିମ୍ ଇଣ୍ଡିଆ ପଲ୍ଲା ଭାରୀ ରହିବ । ରେକର୍ଡ କହୁଛି ଦିନିକିଆ ବିଶ୍ବକପରେ ପାକିସ୍ତାନ ଉପରେ ସବୁବେଳେ ଭାରୀ ପଡ଼ିଛି ଭାରତ । ଉଭୟ ଦଳ ୭ଟି ମ୍ୟାଚ୍ ଖେଳିଛନ୍ତି । ସବୁ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ । ୨୦୧୯ ବିଶ୍ବକପରେ ଖେଳିଥିବା ଶେଷ ମ୍ୟାଚରେ ରୋହିତ ଶର୍ମାଙ୍କ ବିସ୍ଫୋକର ୧୪୦ ରନ୍ ବଳରେ ଭାରତ ୫ ୱିକେଟରେ ୩୩୬ ରନ୍ କରିଥିଲା । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଡିଏଲଏସ୍ ନିୟମରେ ୮୯ ରନରେ ଜିତିଥିଲା ଭାରତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.