ଯାଜପୁର: ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ଭାସିଗଲେ ବାପା ଓ ପୁଅ, ଉଦ୍ଧାରରେ ଲାଗିଛି ଓଡ୍ରାଫ ଟିମ୍

ଯାଜପୁର (କେନ୍ୟୁଜ): ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ଭାସିଗଲେ ବାପା ଏବଂ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ବରୀ ବ୍ଲକ ସ୍ୱାଇଁଖଣ୍ଡ ପାଟ ନିକଟରେ। ଭାସିଯାଇଥିବା ଦୁହେଁ ହେଲେ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର। ବାପା କିଶୋର ସିଂ ଆଜି ପାଟକୁ ଗାଈ ଆଣିବାକୁ ଯାଇଥିବା ବେଳେ ନଦୀରେ ଖସି ପଡିଥିଲେ। ଏହା ଦେଖି ସେଠାରେ ଥିବା ତାଙ୍କ ପୁଅ କୈଳାସ ସିଂ ମଧ୍ୟ ନଦୀରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଭାସି ଯାଇଥିବା ସୂଚନା ମିଳିଛି।

baitarani 1

ଏପଟେ ଖବର ଦୁହିଁଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ଅନୁସନ୍ଧାନ ଜାରି ରଖିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ବରୀ ବ୍ଲକର ମାଟିଆ ପଡ଼ା ଠାରେ ଦୁଇଟି ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.