ଶିକ୍ଷୟିତ୍ରୀଙ୍କ କମେଣ୍ଟକୁ ଭୁଲ ପ୍ରମାଣିତ କଲେ ଲେଲା ଫର୍ଣ୍ଣାବିଜ, ଆଜି ହେଲେ ୟୁଏସ ଓପନ ଟାଇଟଲ ରନର୍ସଅପ

୧୮ ବର୍ଷୀୟା ଯୁବା ଟେନିସ ଖେଳାଳି ଏମ୍ମା ରାଡୁକାନୋ ନିକଟରେ ୟୁଏସ ଓପନ ଟାଇଟଲ ଜିତି ଇତିହାସ ରଚିଛନ୍ତି । ଫାଇନାଲ ମ୍ୟାଚରେ ୧୯ ବର୍ଷୀୟା ଲେଲା ଫର୍ଣ୍ଣାବିଜଙ୍କୁ ୬-୪ , ୬-୩ ସେଟରେ ହରେଇଛନ୍ତି ଏମ୍ମା । ବର୍ଷର ଶେଷ ଗ୍ଲାଣ୍ଡସ୍ଲାମ ଟାଇଟଲ ଅକ୍ତିଆର କରିଥିବା ରାଡୁକାନୋ ଓ ଫର୍ଣ୍ଣବିଜ ଏହା ପୂର୍ବରୁ ୧୨ ବର୍ଷରୁ କମ ବିଭାଗରେ ବି ଥରେ ମୁହାଁମୁହିଁ ହୋଇଥିଲେ । ଗୋଟେ ସମୟରେ ଫର୍ଣ୍ଣବିଜଙ୍କୁ ତାଙ୍କ ଶିକ୍ଷୟିତ୍ରୀ ଟେନିସ ଛାଡ଼ିଦେବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଆଜି ଏହି ଖେଳାଳି ଯେ ଟେନିସରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ତାହା ନିଃସନ୍ଦେହ । ବିଶ୍ୱର ଅନେକ ଟପ ଖେଳାଳିଙ୍କୁ ମାତ ଦେଇ ଗ୍ଲାଣ୍ଡସ୍ଲାମରେ ରନର୍ସଅପ ବି ହୋଇଛନ୍ତି । ଆଉ ଖୁବ କମ ଲୋକ ହୁଏତ ଜାଣିଥିବେ ଏହି ଦୁଇ ଖେଳାଳୀଙ୍କ ଭିତରେ ଅନେକ ସମାନତା ରହିଛି ବୋଲି । ଦୁହେଁ କାନାଡ଼ା ସହିତ ଜଡିତ ଥିବାବେଳେ ଦୁହିଁଙ୍କ ମାଁ ଏସିଆ ମହାଦେଶର ମୂଳବାସିନ୍ଦା । ଫର୍ଣ୍ଣବିଜ କାନାଡ଼ାରେ ରହୁଥିବା ବେଳେ ରାଡୁକାନୋଙ୍କ ଜନ୍ମ କାନାଡ଼ାରେ ହିଁ ହୋଇଥିଲା । ଏହି ସଫଳତା ପାଇବା ପରେ ଫର୍ଣ୍ଣବିଜଙ୍କୁ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଶୁଭକାମନା ଦେଇଛନ୍ତି ।

ଯଦିବା ଫାଇନାଲରେ ତାଙ୍କୁ ପରାସ୍ତ ହେବାକୁ ପଡିଛି କିନ୍ତୁ ନିଜ କଡା ମୁକାବିଲାରେସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଏମିତିକି ନିଜ ଶିକ୍ଷୟିତ୍ରୀଙ୍କ ମୁହଁ ବି ବନ୍ଦ କରିଦେଇଛନ୍ତି ଫର୍ଣ୍ଣାବିଜ । ନିଜ ଶିକ୍ଷକଙ୍କ ସେହି ଉକ୍ତିକୁ ଆଜି ଭୁଲ ପ୍ରମାଣିତ କରି ପାରିଛନ୍ତି ଫର୍ଣ୍ଣାବିଜ । ପ୍ରକୃତରେ ଘଟଣାଟି ଘଟିଥିଲା ଏହିପରି । ଯେବେ ଫର୍ଣ୍ଣାବିଜ ୫ମ ବା ୬ଷ୍ଠ ଶ୍ରେଣୀରେ ପଢୁଥିଲେ ତାଙ୍କୁ ନିଜ ଖେଳ ଅପେକ୍ଷା ବ୍ଲାକ ବୋର୍ଡ ଉପରେ ଅଧିକ ଧ୍ୟାନ ଦିଆଯିବାକୁ କୁହାଯାଉଥିଲା । ଆଉ ସେହି ସମୟରେ ହିଁ ତାଙ୍କ ସ୍କୁଲ ଶିକ୍ଷୟିତ୍ରୀ ଜଣଙ୍କ ତାଙ୍କୁ ଟେନିସ ଛାଡିବା ପାଇଁ ପରାମର୍ଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.