ଏମିତି କହିଲେ ବନ୍ଧୁକ ମୁନରେ ୭ ଲକ୍ଷ ଲୁଟର ଶିକାର ହୋଇଥିବା ଅଭିନେତ୍ରୀ, ଟଙ୍କା ଗଲା ତ ଗଲା ଯାହା ହେଉ ମୁଁ ଦୁଷ୍କର୍ମର ଶିକାର ହୋଇନି

ଅଭିନେତ୍ରୀ ନିକିତା ରାଓ୍ଵଲଙ୍କ ସହ ଦିଲ୍ଲୀରେ ଏକ ଛାତିଥରା ଘଟଣା ଘଟିଛି। ନିକିତାଙ୍କୁ ଅଟକ ରଖି କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ତାଙ୍କ ଠାରୁ ୭ ଲକ୍ଷ ଟଙ୍କାର ଜିନିଷ ଲୁଟି ନେଇଛନ୍ତି। ନିକିତା କହିଛନ୍ତି, କାଳେ ଦୁର୍ବୃତ୍ତମାନେ ତାଙ୍କ ବଳାତ୍କାର କରିଦେବେ ତାଙ୍କୁ ସେହି ଭୟ ଥିଲା। ତେବେ ସେ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି ଓ ପୋଲିସ ତଦନ୍ତ ଜାରି ରଖିଛି ବୋଲି କହିଛି।

ଘଟଣା ସମ୍ପର୍କରେ ନିକିତା କହିଛନ୍ତି, ସେ ଦିଲ୍ଲୀର ଶାସ୍ତ୍ରୀ ନଗରରେ ତାଙ୍କ ଆଣ୍ଟିଙ୍କ ଘରେ ରହୁଛନ୍ତି। ଘଟଣା ଦିନ ରାତି ପ୍ରାୟ ୧୦ଟା ବେଳେ ସେ ଓ୍ଵାକିଂରେ ବାହାରୁଥିଲେ। ଏହି ସମୟରେ ୪ ଜଣ ଲୋକ ମାସ୍କ ପିନ୍ଧି ଏକ ଇନୋଭାରେ ତାଙ୍କ ପାଖକୁ ଆସିଥିଲେ ଓ ପାଖରେ ଯାହା ଅଛି ଦେବାକୁ ଧମକ ଦେଇଥିଲେ। ଘରେ ଆଣ୍ଟି ନଥିବାରୁ ସେ ଭୟରେ ନିଜ ପାଖରେ ଥିବା ଡାଇମଣ୍ଡ ପେଣ୍ଡେଣ୍ଟ, କାନଫୁଲ, ମୁଦି, କ୍ୟାସ୍‌ ଆଦି ଜିନିଷ ସେମାନଙ୍କୁ ଦେଇ ଦେଇଥିଲେ। ସେ ପାଖାପାଖି ୭ ଲକ୍ଷ ଟଙ୍କାର ଜିନିଷ ଦୁର୍ବୃତ୍ତଙ୍କୁ ଦେଇ ଦେଇଛନ୍ତି। ପରେ ସେ ଜୀବନ ବିକଳରେ ଦୌଡ଼ି ଦୌଡ଼ି ଯାଇ ଘରେ ଆଲମାରି ଭିତରେ ପଶି ନିଜକୁ ଲକ୍‌ କରି ଦେଇଥିଲେ।

 

View this post on Instagram

 

A post shared by Nikita Rawal (@nikita_rawal)

ନିକିତା କହିଛନ୍ତି, ମୁଁ ବିଶ୍ୱାସ କରିପାରୁନାହିଁ ଯେ ବଞ୍ଚିଛି। ମୁଁ ଯଦି ଲଢ଼ି ନଥାନ୍ତି ତେବେ ମରିଯାଇଥାନ୍ତି। ଘରେ ଆଣ୍ଟି ନଥିଲେ ମୁଁ ପୂରାପୂରି ଏକୁଟିଆ ଥିଲି। ଏହା ମୋ ଜୀବନର ସବୁଠୁ ଭୟଙ୍କର ଘଟଣା। ତା’ପର ଦିନ ହିଁ ସେ ମୁମ୍ବାଇକୁ ଫେରି ଆସିଛନ୍ତି ବୋଲି ଏକ ଇଣ୍ଟରଭ୍ୟୁରେ କହିଛନ୍ତି ନିକିତା।

ସୂଚନାଯୋଗ୍ୟ ଯେ ୨୦୦୭ ମସିହାରେ ଶୋବିଜ ଜରିଆରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ନିକିତା। ସେ ଅନେକ ଫିଲ୍ମରେ କାମ କରିଛନ୍ତି। ସେ ଟଲିଉଡ୍‌ରେ ବି କାମ କରୁଛନ୍ତି। ତାଙ୍କ ଆଗାମୀ ଫିଲ୍ମ ରୋଟି, କପଡ଼ା ଔର ରୋମାନ୍ସ। ଏହି ଫିଲ୍ମରେ ସେ ଅର୍ସଦ ବାର୍ସି ଓ ଚଙ୍କି ପାଣ୍ଡେଙ୍କ ସହ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.