ବିଶ୍ୱର ଭୟଙ୍କର ଜାଗା! ଏଠାରେ କବରରୁ ବାହାରି ଆସିଲା ଶହ ଶହ ନର କଙ୍କାଳ, ସାଧାରଣ ଲୋକଙ୍କ ଯିବା ଉପରେ ଲାଗିଲା ପ୍ରତିବନ୍ଧକ

ଆପଣ ଅନେକ ଭୂତିଆ ଜାଗା ବିଷୟରେ ଶୁଣିଥିବେ ଅଥବା ଆପଣ ସେଠାକୁ ଯାଇଥାଇ ପାରନ୍ତି, କିନ୍ତୁ ଏହି ଭୟଙ୍କର ଜାଗା ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଦୁନିଆରେ ଏମିତି ଏକ ଆଇଲ୍ୟାଣ୍ଡ ଅଛି, ଯେଉଁଠି ଚାରିଆଡ଼େ ମୁର୍ଦ୍ଦାର ହିଁ ମୁର୍ଦ୍ଦାର ଦେଖାଯିବ। ଯେଉଁଠାକୁ ବି ଆପଣ ଆଖି ବୁଲାଇବେ, ସେଠି ନର କଙ୍କାଳ ନଜର ଆସିବ।

ଏକ ରିପୋର୍ଟ ମୁତାବକ, ଏହି ଭୟଙ୍କର ଆଇଲ୍ୟାଣ୍ଡ ଇଂଲଣ୍ଡର ମେଡ୍‌େଓ୍ଵ ନଦୀ ମଝିରେ ଅବସ୍ଥିତ। ଜାଗାଟିର ନାଁ ‘ଡେଡ୍‌ମ୍ୟାନସ ଆଇଲ୍ୟାଣ୍ଡ’। ଏଠାରେ ମୃତଦେହର ସ୍ତପ ଦେଖିବାକୁ ମିଳୁଥିବାରୁ ଜାଗାର ନାଁ ଏପରି ରଖାଯାଇଛି।

କହି ରଖୁଛୁ, ପାଖାପାଖି ୨୦୦ ବର୍ଷ ପୂର୍ବେ ଏହି ଆଇଲ୍ୟାଣ୍ଡରେ ସେହି ଲୋକଙ୍କ ଶବକୁ ପୋତି ଦିଆଯାଉଥିଲା, ଯାହାଙ୍କ ମୃତ୍ୟୁ ଶିପ୍‌ରେ ତିଆରି ହୋଇଥିବା ଜେଲ୍‌ରେ ଯାତ୍ରା ସମୟରେ ହୋଇଯାଉଥିଲା। ସମୁଦ୍ରରେ ଆସିଥିବା ତୋଫାନ କାରଣରୁ ଏହି ଆଇଲ୍ୟାଣ୍ଡ ପାଣିରେ ବୁଡ଼ି ଯାଇଥିଲା। ଏହାପରେ ଯେତେବେଳେ ପାଣି କମ୍‌ ହେଲା, ତ ଶତାଧିକ ସଂଖ୍ୟାରେ ନର କଙ୍କାଳ କବରରୁ ବାହାରି ଆସିଥିଲା।

ଏହି ଆଇଲ୍ୟାଣ୍ଡରେ ଚାରିଆଡ଼େ କେବଳ ନର କଙ୍କାଳର ସ୍ତପ ହିଁ ଦେଖିବାକୁ ମିଳିଥାଏ। କେତେକ ଜାଗାରୁ କାଠରେ ତିଆରି କଫିନ ବି ମିଳିଥିଲା, ଯେଉଁଥିରେ ଶବକୁ ରଖି ପୋତା ଯାଇଥିଲା। ନିକଟରେ କିଛି ବୈଜ୍ଞାନିକଙ୍କୁ ଡେଡ୍‌ମ୍ୟାନ ଆଇଲ୍ୟାଣ୍ଡ ଯିବାକୁ ଅନୁମତ ଦିଆଯାଇଛି। ଯଦିଓ ସାଧାରଣ ଲୋକଙ୍କୁ ସେଠାକୁ ଯିବା ଉପରେ ପ୍ରତିବନ୍ଧକ ରହିଛି। ସୂଚନାଥାଉ କି, ଡେଡ୍‌ମ୍ୟାନସ ଆଇଲ୍ୟାଣ୍ଡକୁ Ramsar Conventionର ଦେଖାଶୁଣାରେ ନିଆଯାଇଛି, ଯେଉଁଠି ବୈଜ୍ଞାନିକମାନେ ଷ୍ଟଡି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.