Below header

ପ୍ରେମ ବିବାହର ପରିଣାମ: ଗାଁ ଦାଣ୍ଡରେ ପୁଅ-ବୋହୂଙ୍କୁ ମାଡ଼ ମାରିଲେ ଶ୍ୱଶୁର

ଭଦ୍ରକ(କେନ୍ଯୁଜ୍): ପ୍ରେମ ବିବାହର ପରିଣାମ। ଗାଁ ଦାଣ୍ଡରେ ପୁଅ-ବୋହୂଙ୍କୁ ମାଡ଼। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଇଛଦା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ପ୍ରେମ ବିବାହ କରିଥିବା ପୁଅ ଓ ବୋହୂଙ୍କୁ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ମାଡ ମାରୁଛନ୍ତି ଶ୍ୱଶୁର।

ଗାଁର ଜୟରାମ ରାଉତଙ୍କ ପୁଅ ବାପୁନ୍‌ ୨ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ପରେ ଘର ଲୋକ ସ୍ୱୀକୃତି ଦେବାରୁ ଘରେ ଆସି ରହିଥିଲେ। ହେଲେ କିଛି ଦିନ ହେବ ବୋହୂ ଓ ଶାଶୂଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଯାହାର ପରିଣାମ ଆଜି ଦେଖିବାକୁ ମିଳିଛି। ପୁଅ-ବୋହୂଙ୍କୁ ଗୋଡାଇ ଗୋଡାଇ ଗାଁ ଦାଣ୍ଡରେ ପିଟିଛନ୍ତି ଶ୍ୱଶୁର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.