Below header

ବନ୍ଧା ହେଲେ ଶିକାରୀ ବାପଝିଅ; ଘରୁ ମିଳିଲା ଦେଶୀ ବନ୍ଧୁକ ଓ ବଜ୍ରକାପ୍ତା କାତି

ଶିକାରୀ ବାପଝିଅ ଗିରଫ। ଦେଶୀ ବନ୍ଧୁକ, ଟାଙ୍ଗିଆ ସମେତ ଶୀକାରରେ ବ୍ୟବହୃତ ବହୁ ସାମଗ୍ରୀ ଜବତ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ବୌଦ୍ଧ (କେନ୍ୟୁଜ): ଶିକାରୀ ବାପଝିଅ ଗିରଫ। ଦେଶୀ ବନ୍ଧୁକ, ଟାଙ୍ଗିଆ ସମେତ ଶୀକାରରେ ବ୍ୟବହୃତ ବହୁ ସାମଗ୍ରୀ ଜବତ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବାପା ଉତ୍ତମ ପ୍ରଧାନ ଓ ଝିଅ ସାବିତ୍ରୀ ମାଝୀ ।

ଗତକାଲି କୁସଙ୍ଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଗଠନ କରାଯାଇ ପଦ୍ମତୋଲା ବିଟ୍ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ସେହି ସମୟରେ ସେଠାରେ ରହୁଥିବା ଉତ୍ତମ ପ୍ରଧାନଙ୍କ ଘରେ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ତାଙ୍କ ଘରୁ ଦୁଇଟି ଦେଶୀ ବନ୍ଧୁକ ସହିତ ଗୋଟିଏ ଟାଙ୍ଗିଆ ଜବତ ହୋଇଥିବା ବେଳେ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ତାର, ବିଷାକ୍ତ ଗୋଳା ଫାସ ସମେତ ବହୁ ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଥିଲା ।

ଏନେଇ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ସେମାନଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରିଥିଲେ। ବାପ ଝିଅ ଦୁହେଁ ଏହି ଶିକାର କାର୍ଯ୍ୟରେ ସାମିଲ ଥିବାରୁ ଦୁଇ ଜଣକୁ ଗିରଫ କରାଯାଇ ଚରିଛକ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.