Below header

ମାଲକାନଗିରି ଜିଲ୍ଲାରୁ ୪ ଜଣ OAS, ୫୨ ରାଙ୍କ ରଖି ସଫଳତା ପାଇଛନ୍ତି ଦେବବ୍ରତ

ଉପାନ୍ତ ମାଲକାନଗିରି ଜିଲ୍ଲାରେ ଚାରି ଜଣ କୃତକାର୍ଯ୍ୟ ହୋଇଛନ୍ତି । ତେବେ ଜିଲ୍ଲାର ଖଇରପୁଟ ବ୍ଲକ ସଦର ମହକୁମାର ସରୋଜ ଖୁଣ୍ଟିଆଙ୍କ ପୁଅ ଦେବବ୍ରତ ଖୁଣ୍ଟିଆ OASରେ ୫୨ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଯାହାକୁ ନେଇ ସାରା ଗାଁ ବେଶ ଉତ୍ସବ ମୁଖର ।

ମାଲକାନଗିରି (କେନ୍ୟୁଜ୍):  ନିଜ ଇଚ୍ଛା ଓ ସ୍ୱପ୍ନକୁ ବାସ୍ତବ ରୂପ ଦେବା ସମସ୍ତଙ୍କ ପାଇଁ ସହଜ କଥା ନୁହେଁ । ଏଥପାଇଁ କରିବାକୁ ପଡିଥାଏ ତ୍ୟାଗ , ଦେବାକୁ ପଡିଥାଏ ସମୟ । ଏହାବାଦ ଆପଣଙ୍କ ଭାଗ୍ୟ । ଯଦି ଏସବୁ ଜିନିଷ ମିଳେ ତେବେ ଜଣେ ସଫଳତା ପାଇବା ସହଜ ହୋଇଯାଏ ।

ତେବେ ଆପଣ ମାନେ ତ ଜାଣିଛନ୍ତି ଗତ କିଛି ଦିନ ତଳେ ପ୍ରକାଶ ପାଇଛି ସିଭିଲ ସର୍ଭିସ ପରୀକ୍ଷା ଫଳ। ଏଥିରେ ଉପାନ୍ତ ମାଲକାନଗିରି ଜିଲ୍ଲାରେ ଚାରି ଜଣ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଜିଲ୍ଲାର ଖଇରପୁଟ ବ୍ଲକ ସଦର ମହକୁମାର ସରୋଜ ଖୁଣ୍ଟିଆଙ୍କ ପୁଅ ଦେବବ୍ରତ ଖୁଣ୍ଟିଆ OASରେ ୫୨ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଯାହାକୁ ନେଇ ସାରା ଗାଁ ବେଶ ଉତ୍ସବ ମୁଖର।

ଖଇଟପୁଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିଜ ପାଠ ପଢା ଆରମ୍ଭ ହୋଇଥିଲା । କଠିନ ପରିଶ୍ରମ ତାଙ୍କୁ ଆଜି ସଫଳତା ଆଣିଦେଇଛି । ତେଣୁ ଆଜି ଖାଇରପୁଟ ଆଶ୍ରମ ବିଦ୍ୟାଳୟ ରେ ବ୍ଲକ BDOଙ୍କ ଠାରୁ ଆରମ୍ଭ କରି ପାଠ ପଢ଼ାଉଥିବା ଶିକ୍ଷକ ଏବଂ ଅନ୍ୟାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଦେବବ୍ରତଙ୍କୁ ଶୁଭ କାମନା ଜଣାଇଥିଲେ।

ଏପଟେ ବିଗତ ଦିନର କଥା ମନେ ପକେଇ ଭାବ ବିହ୍ଵଳିତ ହୋଇ ଯାଇଥିଲେ ଗୁରୁଜନ ମାନେ। ଦେବବ୍ରତ ସଫଳତା କାହାଣୀ କହି ଅନ୍ୟ ମାନଙ୍କୁ ପ୍ରେରଣା ଦେଇଥିଲେ।ଶେଷରେ ଗାଁ ଲୋକଙ୍କ ତରଫରୁ ଖଇରପୁଟ BDO ହାତରୁ ଉପଢୌକନ ସହ ଉପହାର ଦିଆଯାଇଥିଲା । ଜିଲ୍ଲାରେ ସେହିପରି ମାଲକାନଗିରି ସଦର ମହକୁମା DNKର ମୌସୁମୀ ସଜନ ୨୬୭ ରାଙ୍କ, ରିକ୍ଲାମେସନ କଲୋନୀର ତନ୍ମୟ ମଣ୍ଡଳ ୩୧୫ ରାଙ୍କ ଏବଂ କାଲିମେଳାର ସି,ଏଚ୍.ତିରୁପତି ୩୮୬ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ତେଣୁ ଜିଲ୍ଲାବାସୀ ଏମାନଙ୍କ ପାଇଁ ବେଶ୍ ଗର୍ବିତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.