‘କେନିଆ ଠାରୁ ହାରିଗଲେ ଚଳିବ କିନ୍ତୁ ପାକିସ୍ତାନ ଠାରୁ ନୁହେଁ’, ଭାରତୀୟ ଟିମକୁ ଆଗାମୀ ମ୍ୟାଚ୍‌ ପାଇଁ ପରାମର୍ଶ ଦେଲେ ଅନୀଲ କୁମ୍ବଲେ

ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ଅନୀଲ କୁମ୍ବଲେ ଆଗାମୀ ଏସିଆ କପ ଏବଂ ବିଶ୍ୱକପରେ ପାକିସ୍ତାନୀ ବିପକ୍ଷ ମ୍ୟାଚ ଖେଳିବା ପାଇଁ ଟିମକୁ ପରାମର୍ଶ ଦେଇଛନ୍ତି । କୁମ୍ବଲେ କହିଛନ୍ତି, ଆମ ସମୟରେ ପାକସ୍ତାନ ଠାରୁ ନ ହାରିବା ପାଇଁ ଅଧିକ ଚାପ ପଡୁଥିଲା ।

ଭାରତୀୟ କ୍ରିକେଟ ଟିମ୍‌ ଆଗାମୀ ଦୁଇ ମାସ ମଧ୍ୟରେ ଏସିଆ କପ୍‌ ଏବଂ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ । ଏଥିପାଇଁ ଟିମ୍‌ ପ୍ରସ୍ତୁତ ରହିଛି । ଟିମର ପୂର୍ବତନ ଖେଳାଳି ଅନୀଲ କୁମ୍ବଲେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । କୁମ୍ବଲେ କହିଛନ୍ତି, ଆମ ସମୟରେ କୁହାଯାଉଥିଲା, କେନିଆ ଠାରୁ ହାରିଯାଅ ଚଳିବ କିନ୍ତୁ ପାକିସ୍ତାନ ଠାରୁ ପରାଜୟ କରିବା ଚଳିବ ନାହିଁ ।

ଅମୃତ ମାଥୁରଙ୍କ ଦ୍ୱାରା ଲିଖିତ ସସ୍ମରଣ ‘ପିଚସାଇଡ’ର ଲଞ୍ଚ ସମୟରେ ଅନୀଲ କୁମ୍ବଲେ, ଭିଭିଏସ ଲକ୍ଷ୍ମଣ ଏବଂ ସୈୟଦ କିରମାନୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୟରେ ଅନୀଲ କୁମ୍ବଲେ କହିଥିଲେ, ଆମ ସମୟରେ ବହୁତ ଚାପ ରହିଥିଲା । କୁହାଯାଉଥିଲା, କେନିଆ ଠାରୁ ହାରିଗଲେ ଚଳିବ କିନ୍ତୁ ପାକିସ୍ତାନ ଠାରୁ ନୁହେଁ । ସେତେବେଳେ ଖେଳାଳିଙ୍କ ଉପରେ ଅନେକ ଚାପ ରହିଥିଲା । ଭଲ ନ ଖେଳିଲେ ଆଗାମୀ ମ୍ୟାଚରୁ ବାଦ୍‌ ପଡିବାର ଭୟ ଥିଲା । ଖେଳାଳିଙ୍କୁ ଉପେକ୍ଷା କରାଯାଉଥିଲା ।

ଅନୀଲ କୁମ୍ବଲେ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି । ପାକିସ୍ତାନ ବିରୋଧରେ ୧୫ଟି ଟେଷ୍ଟ ମ୍ୟାଚରେ ୮୧ ଓ୍ଵିକେଟ ନେଇଥିବା ବେଳେ ୧୯୯୯ରେ ନୂଆଦିଲ୍ଲୀରେ ଖେଳାଯାଉଥିବା ମ୍ୟାଚରେ ଗୋଟେ ଇନିଂସରେ ୧୦ଟି ଓ୍ଵିକେଟ ନେଇଛନ୍ତି । ପାକିସ୍ତାନ ବିପକ୍ଷରେ ୩୪ଟି ଦିନିକଆ ମ୍ୟାଚ ଖେଳି କୁମ୍ବଲେ ୫୪ ଓ୍ଵିକେଟ ନେଇଛନ୍ତି ।

ପାକିସ୍ତାନ ବିପକ୍ଷରେ ୧୦ଟି ଓ୍ଵିକେଟ ନେବାର ଅନୁଭବ ନିଆରା । କେବେ ବି ଜଣେ ଖେଳାଳି ୧୦ଟି ଓ୍ଵିକେଟ ନେଇପାରିବ ଭାବି ମଇଦାନକୁ ଯାଇନଥାଏ । ହେଲେ ଏଭଳି ସଫଳତା ମିଳିବା ନିଶ୍ଚିତ ପକ୍ଷେ ଭଲ ଅନୁଭୂତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.