ମହାରାଷ୍ଟ୍ରରେ ଦେଖାଗଲା ନୂଆ କୋଭିଡ ଭାରିଆଣ୍ଟ ଏରିସ, ଜାଣନ୍ତୁ କଣ କହିଛନ୍ତି ବିଶେଷଜ୍ଞ

ବର୍ତ୍ତମାନ ବ୍ରିଟେନରେ ନୂଆ କୋଭିଡ ଭାରିଆଣ୍ଟ EG.5.1 ବା ଏରିସ୍ ନାମକ କରୋନା ଭାଇରସ ମାମଲାରେ ବୃଦ୍ଧି ଘଟିଛି । ମହାରାଷ୍ଟ୍ରରେ ଏହି କରୋନାଭାଇରସ୍ ମାମଲାରେ ସାମାନ୍ୟ ବୃଦ୍ଧି ହୋଇଛି । ନୂଆ କୋଭିଡ୍ –୧୯ ଷ୍ଟ୍ରେନ୍ ବିଭିନ୍ନ କାରଣ ଉପରେ ନିର୍ଭର କରେ, ଯେପରିକି ସଂକ୍ରମଣ, ଗମ୍ଭୀରତା, ଭେକ୍ସିନେସନ ଏବଂ ଚିକିତ୍ସା ।

କୋଭିଡ ନାଁ ଶୁଣିଲେ ଲୋକଙ୍କ ମନରେ ଏବେବି ଡର ଆସେ । କରୋନା ମାମଲା ଦୁନିଆରୁ ଯାଇଥିଲେ ମଧ୍ୟ ଦୁନିଆର ଭିନ୍ନ ଭିନ୍ନ ଦେଶରେ ବର୍ତ୍ତମାନ ମଧ୍ୟ ଏହାର ନୂଆ ଭାରିଆଣ୍ଟ ଦେଖିବାକୁ ମିଳୁଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ବ୍ରିଟେନରେ ନୂଆ କୋଭିଡ ଭାରିଆଣ୍ଟ EG.5.1 ବା ଏରିସ୍ ନାମକ କରୋନା ଭାଇରସ ମାମଲାରେ ବୃଦ୍ଧି ଘଟିଛି । ଏହି ନୂଆ ଭାରିଆଣ୍ଟକୁ ନେଇ ଭାରତୀୟ ଜନସାଧାରଣ ଚିନ୍ତାରେ ପଡ଼ିଛନ୍ତି । ଏହା କେତେ ଭୟଙ୍କର ଏବଂ ଏହାର ଲକ୍ଷଣ କଣ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।
ଏହାରି ମଧ୍ୟରେ ମହାରାଷ୍ଟ୍ରରେ ଏହି କରୋନାଭାଇରସ୍ ମାମଲାରେ ସାମାନ୍ୟ ବୃଦ୍ଧି ହୋଇଛି । ନୂଆ ଓମିକ୍ରନ୍ ଭାରିଆଣ୍ଟ ପ୍ରଥମେ ମେ ମାସରେ ଚିହ୍ନଟ ହୋଇଥିଲା କିନ୍ତୁ ଜୁନ୍ ଏବଂ ଜୁଲାଇର ପରବର୍ତ୍ତୀ ମାସରେ କୌଣସି ପ୍ରଭାବ ପକାଇ ନଥିଲା । ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଜୁଲାଇ ଶେଷରେ କୋଭିଡ ମାମଲା ୭୦ରୁ ବୃଦ୍ଧି ପାଇ ଅଗଷ୍ଟ ୬ରେ ଏହା ୧୧୫କୁ ବୃଦ୍ଧି ପାଇଛି ବୋଲି TOI ରିପୋର୍ଟରେ କୁହାଯାଇଛି । ନୂଆ କୋଭିଡ୍ ଷ୍ଟ୍ରେନ୍ ଏରିସ୍ ବ୍ରିଟେନର ବୟସ୍କମାନଙ୍କ ମଧ୍ୟରେ ଦେଖାଯାଇଛି ଏବଂ ଡାକ୍ତରଖାନାରେ ଏହାର ଭର୍ତ୍ତି ମାମଲା ବୃଦ୍ଧି ପାଇଛି । ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କେବଳ ଏହା ଉପରେ ନଜର ରଖିବା ଉଚିତ । ପୂର୍ବରୁ ହୋଇଥିବା ସଂକ୍ରମଣ କିମ୍ବା ଭେକ୍ସିନେସନରୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେତୁ କରୋନା ମାମଲାରେ ବୃଦ୍ଧି ଘଟିଥାଇପାରେ ଏବଂ ଭାଇରସ ମୁକାବିଲା ପାଇଁ ବୁଷ୍ଟର ଡୋଜ ନେବା ଜରୁରୀ ।

ନୂଆ କୋଭିଡ୍ –୧୯ ଷ୍ଟ୍ରେନ୍ ବିଭିନ୍ନ କାରଣ ଉପରେ ନିର୍ଭର କରେ, ଯେପରିକି ସଂକ୍ରମଣ, ଗମ୍ଭୀରତା, ଭେକ୍ସିନେସନ ଏବଂ ଚିକିତ୍ସା । ବର୍ତ୍ତମାନର ନୂଆ ଷ୍ଟ୍ରେନ୍ EG5.1, ଯାହା ଏରିସ୍ ଭାବରେ ମଧ୍ୟ ଜଣାଶୁଣା । ଏହା ଏପରି ଏକ ଷ୍ଟ୍ରେନ୍ ଯାହା ଉପରେ WHO ନଜର ରଖିଛି । ଭାରତ ସାବଧାନ ହେବା ଆବଶ୍ୟକ, ଯେହେତୁ କୋଭିଡର ନୂଆ ଭାରିଆଣ୍ଟ ବୃଦ୍ଧି ପାଉଛି ଏବଂ ଭାକ୍ସିନେସନ ଇମ୍ୟୁନିଟି ପାଓ୍ଵାର ବୋଧହୁଏ ହ୍ରାସ ପାଉଛି । ତେଣୁ ଯଦି ଆମେ ସଚେତନ ରହିବା, ଏହା ନଷ୍ଟ ହୋଇପାରିବ ବୋଲି ଫରିଦାବାଦର ଫୋର୍ଟିସ୍ ଏସ୍କର୍ଟସ୍ ହସ୍ପିଟାଲର ପୁଲମୋନୋଲୋଜି ନିର୍ଦ୍ଦେଶକ ତଥା HOD ଡାକ୍ତର ରବି ଶେଖର ଝା କହିଛନ୍ତି ।

ନୂଆ ଷ୍ଟ୍ରେନ୍ ପ୍ରଥମେ ବ୍ରିଟେନରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ମୁମ୍ବାଇରେ ଏହି ମାମଲା ଦେଖାଯାଇଛି । ଯେହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ପଜିଟିଭିଟି ରେଟ୍‌ କିମ୍ବା ମାମଲାରେ କୌଣସି ରିପୋର୍ଟ ହୋଇନାହିଁ, ତେଣୁ ଏହି ଷ୍ଟ୍ରେନ୍ ଭାରତ ପାଇଁ ଅଧିକ ଚିନ୍ତାର କାରଣ ହୋଇନପାରେ । ଏଭଳି କିଛି ତଥ୍ୟ ଗୁରୁଗାଓଁର ସିକେ ବିରଲା ହସ୍ପିଟାଲର ହେଡ ଅଫ କ୍ରିଟିକାଲ କେୟାର ଏବଂ ପୁଲମୋନୋଲୋଜିର ମୁଖ୍ୟ ଡାକ୍ତର କୁଲଦୀପ କୁମାର ଗ୍ରୋଭର ପ୍ରକାଶ କରିଛନ୍ତି ।

ଏରିସ୍ କିମ୍ବା EG5.1 ର ଲକ୍ଷଣ :
ଏହି ନୂଆ ଭାରିଆଣ୍ଟର ଲକ୍ଷଣଗୁଡିକ ପୂର୍ବ ଭାରିଆଣ୍ଟ ସହିତ ସମାନ, ଯେପରିକି କାଶ, ଥଣ୍ଡା, ଜ୍ୱର, ଗଳା ଯନ୍ତ୍ରଣା ଏବଂ ଛାତି ଯନ୍ତ୍ରଣା । କିନ୍ତୁ କେତେକ ସଂକ୍ରମିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ସାଂଘାତିକ ARDS ହୋଇପାରେ । ଏହା ପୂର୍ବ ଭାରିଆଣ୍ଟ ଅପେକ୍ଷା ଅଧିକ ସଂକ୍ରମକ ବୋଲି ଡାକ୍ତର ଝା କହିଛନ୍ତି ।

ସାଧାରଣତଃ ସଂକ୍ରମିତ ଲୋକମାନେ ସାମାନ୍ୟ ପ୍ରକାରର କୋଭିଡ ଲକ୍ଷଣକୁ ଅନୁଭବ କରିବେ କାରଣ ଏହା ଓମିକ୍ରନ୍ ଷ୍ଟ୍ରେନ୍ ର ନୂଆ କୋ-ଭାରିଆଣ୍ଟ । କିନ୍ତୁ ଏହା ଅଧିକ କ୍ଷତି କରିପାରିବନି । କାରଣ ପ୍ରାୟତଃ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୁଇଥର ଟୀକାକରଣ କରାଯାଇଛି ଏବଂ ହାଇବ୍ରିଡ୍ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇପାରିଛି । ସଂକ୍ରମଣ ହାର କମ ରହିବ ବୋଲି ଡାକ୍ତର ଗ୍ରୋଭର କହିଛନ୍ତି ।

ଏହାକୁ ନେଇ ସତର୍କ ରହିବା ଆବଶ୍ୟକ । ହାତ ଧୋଇବା ଏବଂ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଦ୍ୱାରା ଅନ୍ୟ ଭାଇରାଲ୍ ଇନଫେକ୍ସନ ଏବଂ ଅନ୍ୟ ଜୀବାଣୁ ସଂକ୍ରମଣର ବିପଦ ମଧ୍ୟ ହ୍ରାସ ହୋଇଥାଏ । ମହାରାଷ୍ଟ୍ରରେ ଦେଖାଯାଇଥିବା ଏହି ମାମଲା ଅଧିକ ଚିନ୍ତାର କାରଣ ନୁହେଁ କିନ୍ତୁ ବର୍ତ୍ତମାନ ବର୍ଷା ଋତୁ ହୋଇଥିବାରୁ ମ୍ୟାଲେରିଆ, ଟାଇଫଏଡ ଏବଂ ଡେଙ୍ଗୁ ଭଳି ରୋଗ ବଢ଼ିବାରେ ଲାଗିଛି ଯେଉଁଥିପାଇଁ ଲୋକମାନେ ଟେଷ୍ଟ କରୁନାରହାନ୍ତି ଏବଂ କୋଭିଡ ମାମଲାକୁ ଚିହ୍ନଟ କରାଯାଇ ପାରୁନାହିଁ, ଏଭଳି କିଛି କହିଛନ୍ତି ଡାକ୍ତର ଝା ।

କୋଭିଡ ଇନେଫେକ୍ସନରୁ ବଞ୍ଚିବା ପାଇଁ କଣ କରିବା ଆବଶ୍ୟକ ଆସନ୍ତୁ ଜାଣିବା :
ସର୍ବପ୍ରଥମେ ଏହି ତିନୋଟି ଜିନିଷ କରନ୍ତୁ – ହେଲଦି ଖାଦ୍ୟକୁ ଡାଏଟରେ ସାମିଲ କରନ୍ତୁ, ସ୍ୱଚ୍ଛ ଜୀବନଶୈଳୀ ଆପଣାନ୍ତୁ , ନିୟମିତ ଟୀକାକରଣ ଏବଂ ମାସ୍କ ପିନ୍ଧିବା, ଜନଗହଳି ପୂର୍ଣ୍ଣ ସ୍ଥାନ ଠାରୁ ଦୂରେଇ ରହିବା ପାଇଁ ଡାକ୍ତର ଗ୍ରୋଭର କହିଛନ୍ତି । ଗ୍ରୋଭରଙ୍କ ଅନୁଯାୟୀ, ଷ୍ଟ୍ରେନ୍ ମାମଲା ଅଧିକ ବଢ଼ି ନଥିବାବେଳେ ଜନସାଧାରଣ ସେମାନଙ୍କ ତରଫରୁ ସତର୍କ ରହିବା ଆବଶ୍ୟକ, ଯଦିଓ ଏହି ଷ୍ଟ୍ରେନ୍ ଏତେ ସଂକ୍ରାମକ ଜଣାପଡ଼ୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.