ଫିଲ୍ମ ‘ବଡିଗାର୍ଡ’ର ନିର୍ଦ୍ଦେଶକ ସିଦ୍ଦିକି ଇସମାଇଲଙ୍କ ପରଲୋକ, ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା

ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ନିର୍ଦ୍ଦେଶକ ସିଦ୍ଦିକି ଇସମାଇଲଙ୍କ ହାର୍ଟଆଟାକରେ ମୃତ୍ୟୁ ହୋଇଛି । ୬୩ ବର୍ଷୀୟ ସିଦ୍ଦିକିନିମୋନିଆ ଏବଂ ଲିଭର ରୋଗରେ ପୀଡିତ ଥିଲେ । ତାଙ୍କୁECMO ସପୋର୍ଟରେ ରଖାଯାଇଥିଲା ।

ପୁଣି ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ନିର୍ଦ୍ଦେଶକ ସିଦ୍ଦିକି ଇସମାଇଲଙ୍କର ହୃଦଘାତରେ ପରଲୋକ ହୋଇଛି । ୬୩ ବର୍ଷ ବୟସରେ ସିଦ୍ଦିକି ନିମୋନିଆ ଏବଂ ଲିଭର ରୋଗରେ ପୀଡିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ କୋଚିର ଅମୃତା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁECMO ସପୋର୍ଟରେ ରଖାଯାଇଥିଲା । କିନ୍ତୁ ହଠାତ୍‌ ହାର୍ଟ ଫେଲ୍‌ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ସିଦ୍ଦିକିଙ୍କ ମୃତ୍ୟୁ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ ଝଟକା ଲାଗିଛି ।

ସଲମାନ ଖାନଙ୍କ ଫିଲ୍ମ ବଡିଗାର୍ଡର ନିର୍ଦ୍ଦେଶନା ଦେଇଥିଲେ ସିଦ୍ଦିକୀ ଇସ୍ମାଲଙ୍କର । ସିଦ୍ଦିକି ମାଲୟାଲମ୍ ଇଣ୍ଡଷ୍ଟ୍ରୀର ଜଣେ ଜଣୁଶୁଣା ନିର୍ଦ୍ଦେଶକ ଥିଲେ । ନିମୋନିଆ ଓ ଯକୃତ ଜନିତ ରୋଗ କାରଣରୁ ଗତ କିଛିଦିନ ହେଲା ଅସୁସ୍ଥ ଥିଲେ । ତାଙ୍କର ଦେହ ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ତାଙ୍କୁ ଏକ୍ସଟ୍ରା କର୍ପୋରିୟଲ ମେମ୍ବ୍ରମ ଅକ୍ସିଜେନେସନ (ଏକମୋ) ସପୋର୍ଟରେ ରଖାଯାଇଥିଲା ।

ତାଙ୍କ ମୃତ୍ୟୁରେ ପରିବାର ଏବଂ ଫ୍ୟାନ୍ସଙ୍କୁ ଝଟକା ଲାଗିଛି । ତାଙ୍କର ୩ ଝିଅ ରହିଛନ୍ତି । ତାଙ୍କ ମରଶରୀରକୁ ଆଜି ଅନ୍ତିମ ଦର୍ଶନ ପାଇଁ ରାଜୀବ ଗାନ୍ଧି ଇନଡୋର ଷ୍ଟାଡିୟମରେ ରଖାଯିବ । ସନ୍ଧ୍ୟା ୬ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ସିଦ୍ଦିକୀ ୧୯୮୯ରେ ମାଲୟାଲମ୍ ଫିଲ୍ମ ‘ରାମଜୀ ରାଓ ସ୍ପିକିଂ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ‘ହରିହର ନଗର’, ଗଡଫାଦର, କାବୁଲିବାଲା, ହିଟଲର ପରି ଅନେକ ହିଟ୍ ଫିଲ୍ମ ଦେଇଥିଲେ । ତାଙ୍କର ଶେଷ ଫିଲ୍ମ ବିଗ ବ୍ରଦର ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏହି ଫିଲ୍ମରେ ସୁପରଷ୍ଟାର ମୋହନଲାଲ ଓ ଅରବାଜ ଖାନ ଲିଡ ରୋଲରେ ଆସିଥିଲେ । ୨୦୧୧ରେ ଆସିଥିବା ସଲମାନଙ୍କ ବଡିଗାର୍ଡ ଫିଲ୍ମ ତାଙ୍କୁ ବେଶ ପରିଚିତ ଦେଇଥିଲା ।

ସୂଚନାଯୋଗ୍ୟ, ନିକଟରେ ଜଣାଶୁଣା କଳା ନିର୍ଦ୍ଦେଶକ ନୀତିନ ଦେଶାଇ ଆତ୍ମହତ୍ୟା କରିଥିଲେ । ବଲିଉଡରେ ଲଗାନ, ଦେବଦାସ, ଯୋଦ୍ଧା ଆକବର ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.