ମଦ୍ୟପ ବାପାର ଜଘନ୍ୟ କାଣ୍ଡ : ଟାଙ୍ଗିଆରେ ହାଣି ନିଜ ପୁଅକୁ କଲା ହତ୍ୟା

ଦେବଗଡ(କେନ୍ୟୁଜ୍‌): ମଦ୍ୟପ ବାପାର ଜଘନ୍ୟ କାଣ୍ଡ । ଟାଙ୍ଗିଆରେ ହାଣି ନିଜ ପୁଅକୁ କଲା ହତ୍ୟା । ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।

ଗତକାଲି ବିଳମ୍ବିତ ରାତୀରେ ଗୁଣ୍ଡୁରିପୋଷି ଗ୍ରାମର ମୁଚି ପାତ୍ର ତାଙ୍କ ପୁଅ ଗୋଳବଦନ ପାତ୍ରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି ପୁଅ ଗୋଳବଦନକୁ  ବାପା ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା କରିଥିବା ସୂଚନା ମିଳିଛି । ତେବେ ଏହି ଘଟଣା ଘଟାବା ପରେ ହତ୍ୟାକାରୀ ବାପା ବାରକୋଟ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.