ସେୟାର ବଜାର ଉଜାଡିଦେଲା ସୁନା ସଂସାର, କ୍ଷତି ସହି ନପାରି ସ୍ତ୍ରୀ ଓ ପୁଅର ତଣ୍ଟି ଚିପିଲା ସ୍ୱାମୀ

ଭୁବନେଶ୍ୱର(କେ ନ୍ୟୁଜ):  ସେୟାର ବଜାର ଉଜାଡିଦେଲା ସଂସାର। ରାଜଧାନୀରେ ଲୋମଟାଙ୍କୁରା ଡବଲ ମର୍ଡର। ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀ ଓ ୧୦ ବର୍ଷର ପୁଅକୁ ନିର୍ମମ ଭାବରେ ହତ୍ୟା ଅଭିଯୋଗ ହୋଇଛି । କଳିଙ୍ଗ ନଗର ଅଞ୍ଚଳରେ ଘର ଭିତରୁ ଉଦ୍ଧାର ହୋଇଛି ମୃତଦେହ । ମୃତକମାନେ ହେଲେ ସ୍ୱର୍ଣ୍ଣଲତା ମଙ୍ଗରାଜ ଓ ତାଙ୍କର ୧୦ ବର୍ଷର ପୁଅ କାହ୍ନା । ଏହି ଘଟଣାରେ ସ୍ୱାମୀ ଅବନ୍ତି ବିଜୟ ମଙ୍ଗରାଜଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିଛନ୍ତି । ଭୁବନେଶ୍ୱର ଡିସିପି ନିଜେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅବନ୍ତି ରଞ୍ଜମ ମଙ୍ଗରାଜ ପତ୍ନୀ ଓ ପିଲାକୁ ପ୍ରଥମେ ଖାଦ୍ୟରେ ନିଦ ବଟିକା ଦେଇଥିଲେ । ପରେ ତଣ୍ଟି ଚିପି ହତ୍ୟା କରି ଘରୁ ଚମ୍ପଟ ମାରିଥିଲେ । ତାଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ ।

ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଅବନ୍ତୀ ବିଜୟ ମଙ୍ଗରାଜ ସେୟାର ମାର୍କେଟରେ କ୍ଷତି ସହିଥିଲେ । ଏହି କାରଣରୁ ମାନସିକ ଭାରସାମ୍ୟ ହରାଇ ପରିବାର ଲୋକଙ୍କୁ ହତ୍ୟା କରିବା ପରେ ନିଜେ ଜୀବନ ହାରିବେ ବୋଲି ନିଷ୍ପତ୍ତି ନେଇଥିଲେ । ପତ୍ନୀ ଓ ପୁଅକୁ ମାରିବା ପରେ ନିଜେ ଛୁରୀରେ ଆତ୍ମହତ୍ୟା ଉଦ୍ୟମ ବି କରିଥିଲେ ଅବନ୍ତୀ ରଞ୍ଜନ ମଙ୍ଗରାଜ । ଆତ୍ମହତ୍ୟା ପୂର୍ବରୁ ସେ ନିଜ ଶଳାଙ୍କୁ ମେସେଜ୍‌ କରି ସ୍ତ୍ରୀ ଓ ପୁଅକୁ ହତ୍ୟା କରିଥିବା କଥା ଜଣାଇଥିଲା। ସେମାନଙ୍କ ଶୁଦ୍ଧିକ୍ରିୟା ପାଇଁ କିଛି ଟଙ୍କା ମଧ୍ୟ ପଠାଇଥିଲା। ଘଟଣାସ୍ଥଳରୁ ଓଢଣୀ ଓ ଛୁରୀ ଜବତ କରି ପୋଲିସ ତଦନ୍ତ କରୁଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.