ପୁଅକୁ ଖୋଜିବାକୁ ଯାଇ ବାପା ନିଖୋଜ, ଥାନାରେ ରିପୋର୍ଟ ପରେ ବି ମିଳୁନି ପତ୍ତା

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଗ୍ରୀନବାଡ଼ି କୁତୁବାଡ଼ି ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଁର କୃଷ୍ଣ ନାୟକଙ୍କ ସାନପୁଅ ପୁନେର ଏକ ସୂତାକଳକୁ କାମ କରିବାକୁ ଯାଇଥିଲେ । ଘରକୁ ଫେରିବା ସମୟରେ ବାଟରେ ହଜିଯାଇଥିଲେ ସାନପୁଅ କାଲେବ । ଖବର ମିଳିବା ପରେ ଗତ ଡିସେମ୍ବର ୧୭ ତାରିଖରେ ପୁଅକୁ ଖୋଜିବାକୁ ଯାଇଥିଲେ ବାପା କୃଷ୍ଣ ନାୟକ ।

ଫୁଲବାଣୀ(କେନ୍ୟୁଜ): ପୁଅକୁ ଖୋଜିବାକୁ ଯାଇ ବାପା ନିଖୋଜ । ପୋଲିସ ଷ୍ଟେସନରେ ରିପୋର୍ଟ ପରେ ବି ମିଳୁନି ପତ୍ତା । ଫେରିବା ବାଟକୁ ଚାହିଁ ରହିଛନ୍ତି ବୁଢ଼ୀ ମା ସହ ପରିବାର। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଗ୍ରୀନବାଡ଼ି କୁତୁବାଡ଼ି ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଁର କୃଷ୍ଣ ନାୟକଙ୍କ ସାନପୁଅ ପୁନେର ଏକ ସୂତାକଳକୁ କାମ କରିବାକୁ ଯାଇଥିଲେ । ଘରକୁ ଫେରିବା ସମୟରେ ବାଟରେ ହଜିଯାଇଥିଲେ ସାନପୁଅ କାଲେବ । ଖବର ମିଳିବା ପରେ ଗତ ଡିସେମ୍ବର ୧୭ ତାରିଖରେ ପୁଅକୁ ଖୋଜିବାକୁ ଯାଇଥିଲେ ବାପା କୃଷ୍ଣ ନାୟକ ।

ସେଠାରୁ ପୁଅକୁ ଖୋଜି ଆଣିଥିଲେ । ହେଲେ ଶିକନ୍ଦରାବାଦ ଷ୍ଟେସନରେ ଭୁଲ ବଶତଃ ଅଲଗା ଟ୍ରେନରେ ବସିପଡିଥିଲେ କୃଷ୍ଣ । ପୁଅ ଅଲଗା ଟ୍ରେନରେ ବସିଥିବା କଥା ଘରକୁ ଫୋନ ଯୋଗେ କହିଥିଲେ କୃଷ୍ଣ । ପରିବାର ଲୋକ ଯାଇ ନାଲଗଣ୍ଡା ଷ୍ଟେସନରୁ ପୁଅକୁ ଆଣିଥିଲେ । ହେଲେ ପରେ ଆଉ ବାପା କୃଷ୍ଣ ନାୟକ ଫେରିନଥିଲେ । ଏନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି ପତ୍ତା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.