Below header

ଖଲିସ୍ତାନୀ ଆତଙ୍କବାଦୀ ପରମଜିତ୍‌ ପଂଜଓ୍ଵରକୁ ପାକିସ୍ତାନରେ ହତ୍ୟା

ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ପଂଜଓ୍ଵରକୁ ପାକିସ୍ତାନରେ ହତ୍ୟା କରାଯାଇଛି । ସେ ପୋଲିସ ଫାଇଲରେ ମୋଷ୍ଟ ଓ୍ଵାଣ୍ଟେଡ ଥିଲା । ଲାହୋରରେ ତାକୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନରେ ଛଦ୍ମ ବେଶରେ ରହି ସେଠାରୁ ଖଲିସ୍ତାନ ଆନ୍ଦୋଳନ ପାଇଁ କାମ କରୁଥିଲା ପରମଜିତ୍‌ ।

ଲାହୋର : ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ପଂଜଓ୍ଵରକୁ ପାକିସ୍ତାନରେ ହତ୍ୟା କରାଯାଇଛି । ସେ ପୋଲିସ ଫାଇଲରେ ମୋଷ୍ଟ ଓ୍ଵାଣ୍ଟେଡ ଥିଲା । ଲାହୋରରେ ତାକୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନରେ ଛଦ୍ମ ବେଶରେ ରହି ସେଠାରୁ ଖଲିସ୍ତାନ ଆନ୍ଦୋଳନ ପାଇଁ କାମ କରୁଥିଲା ପରମଜିତ୍‌ ।

ଲାହୋରର ଜୌହର ସହରରେ ଥିବା ସନଫ୍ଲାଓ୍ବାର ସୋସାଇଟି ଭିତରେ ଏକ ମୋଟର ସାଇକେଲରେ ଆସି ଦୁର୍ବୃତ୍ତମାନେ ତାକୁ ଆଖିବୁଜା ଗୁଳି କରିବା ପରେ ଫେରାର ହୋଇଯାଇଥିଲେ । ପରମଜିତର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା କୁହାଯାଉଛି ।

ପରମଜିତ ଏକ ଆତଙ୍କବାଦୀ ସଂଗଠନ ଖଲିସ୍ତାନ କମାଣ୍ଡୋ ଫୋର୍ସ (କେସିଏଫ୍)ର ନେତା ଥିଲା । ୯୦ ଦଶକ ପୂର୍ବରୁ ମଧ୍ୟ ସେ ଭାରତ ବିରୋଧୀ କାର୍ଯ୍ୟକଳାପରେ ସକ୍ରିୟ ଥିଲା । ୧୯୮୬ ମସିହାରେ ସେ ପାକିସ୍ତାନ ଯାଇଥିଲା । ୯୦ ଦଶକରୁ ସେ ପାକିସ୍ତାନରେ ଛଦ୍ମ ନାମ ମଲ୍ଲିକ ସର୍ଦ୍ଦାର ସିଂହ ନାମରେ ଆଶ୍ରୟ ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.