ପୁଣି ପ୍ରେମ ପୁଣି ଧୋକା, ସହିଦନଗର ଥାନାରେ ପ୍ରେମିକ ନାଁରେ ଏତଲା ଦେଲେ ପ୍ରେମିକା

ଶାରୀରିକ ସମ୍ପର୍କ ଥିଲା ଏବଂ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଯୁବକ । ହେଲେ ପରେ ଠକି ଦେଲେ ଆଉ ତାଙ୍କ ପରିବାର ଲୋକେ ମୋତେ ଧମକ ଦେଉଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ୍‌) : ସୋସିଆଲ ମିଡିଆର ପରିଚୟ ଆଉ ତା ପରେ ପ୍ରେମ । ଏବେ ପ୍ରେମିକ ଧୋକା ଦେଇ ଆଉ ଧରାଛୁଆଁ ଦେଉନି । ଶାରୀରିକ ସମ୍ପର୍କ ଥିଲା ଏବଂ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଯୁବକ । ହେଲେ ପରେ ଠକି ଦେଲେ ଆଉ ତାଙ୍କ ପରିବାର ଲୋକେ ମୋତେ ଧମକ ଦେଉଛନ୍ତି । ଏଭଳି ଅଭିଯୋଗ ଆଣି ଭୁବନେଶ୍ୱର ସହିଦ ନଗର ଥାନାରେ ଏଫ୍‌ଆଇଆର ଦେଇଛନ୍ତି ଜଣେ ଯୁବତୀ । ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳରେ ଯୁବତୀ ଜଣକ ରହୁଛନ୍ତି । ପ୍ରେମିକ ଘର ନୟାଗଡ଼ ଜିଲ୍ଲାରେ । ନ୍ୟାୟ ଭିକ୍ଷା କରି ଯୁବତୀ ଜଣକ ପୋଲିସ୍‌ ପାଖରେ ଗୁହାରୀ କରିଛନ୍ତି । ହେଲେ ଯୁବତୀଙ୍କ ଅଭିଯୋଗର କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ପ୍ରେମିକ କିମ୍ବା ତାଙ୍କ ଘର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.