କିଙ୍ଗ୍‌ ଚାର୍ଲସ ତୃତୀୟ ପିନ୍ଧିଲେ ସୁନା ଓ ହୀରା ଖଚିତ ରାଜମୁକୁଟ

୭୦ ବର୍ଷ ପରେ ବ୍ରିଟେନ ରାଜପରିବାରରେ ରାଜ୍ୟାଭିଷେକ । କିଙ୍ଗ୍‌ ଚାର୍ଲସ ତୃତୀୟ ପିନ୍ଧିଲେ ସୁନା ଓ ହୀରା ଖଚିତ ରାଜମୁକୁଟ । ଭବ୍ୟ ସମାରୋହ ଆଜି ସାରା ବିଶ୍ୱ ଦେଖିଛି । ବହୁ ନାମୀଦାମୀ ଅତିଥି ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ ତାଙ୍କର ଓଡ଼ିଶା ଲିଙ୍କ୍‌ ପୁଣି ଚର୍ଚ୍ଚାକୁ ଆସିଛି ।

କେନ୍ୟୁଜ୍(ବ୍ୟୁରୋ): ୭୦ ବର୍ଷ ପରେ ବ୍ରିଟେନ ରାଜପରିବାରରେ ରାଜ୍ୟାଭିଷେକ । କିଙ୍ଗ୍‌ ଚାର୍ଲସ ତୃତୀୟ ପିନ୍ଧିଲେ ସୁନା ଓ ହୀରା ଖଚିତ ରାଜମୁକୁଟ । ଭବ୍ୟ ସମାରୋହ ଆଜି ସାରା ବିଶ୍ୱ ଦେଖିଛି । ବହୁ ନାମୀଦାମୀ ଅତିଥି ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ ତାଙ୍କର ଓଡ଼ିଶା ଲିଙ୍କ୍‌ ପୁଣି ଚର୍ଚ୍ଚାକୁ ଆସିଛି । ପିପିଲି ନିକଟ ହରିପୁର ବାସିନ୍ଦା ସ୍ମ୍‌ୃତି ତାଜା ହୋଇଛି। ୧୯୮୦ ମସିହା। ଓଡ଼ିଶା ଗସ୍ତରେ ଆସିଥିଲେ କିଙ୍ଗ୍‌ ଚାର୍ଲସ ତୃତୀୟ। ବୁଲିବାକୁ ଯାଇଥିଲେ ହରିପୁର ଗାଁକୁ।

ଚାଲି ଚାଲି ଗାଁକୁ ବୁଲିବା ବେଳେ ପଇଡ଼ ପିଇଥିଲେ। ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରିଥିଲେ । ମନ୍ଦିର ବୁଲିବା ଠାରୁ ଆରମ୍ଭ କରି ଗାଁର ମାଟିକାନ୍ଥ, ଚିତା ଝୋଟି, ଧାନ ଅମଳ ଓ ବେଙ୍ଗଳା ପକାଇବା ସବୁ କିଛି ଦେଖିଥିଲେ । ଆଜି ତାଙ୍କର ରାଜତିଳକ ବେଳେ ୪୨ ବର୍ଷ ତଳର କଥାକୁ ମନେ ପକାଇ ହରିପୁର ଗାଁ ଲୋକେ ବେଶ ରୋମାଞ୍ଚିତ ହୋଇଛନ୍ତି।

ହଜାର ହଜାର ସଂଖ୍ୟାର ଲୋକେ ସେତେବଳେ ପ୍ରିନ୍ସ ଚାର୍ଲସଙ୍କୁ ଦେଖିବାକୁ ହରିପୁର ଗାଁକୁ ଆସିଥିଲେ । ସେତେବଳେ ଚାର୍ଲସ ଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା। ଆଉ ଏବେ ଯେତେବେଳେ ତାଙ୍କର ରାଜ୍ୟାଭିଷେକ ହୋଇଛି ସେକଥାକୁ ମନେ ପକାଇବା ପାଇଁ ଗାଁରେ ସେତେବେଳର କିଛି ଲୋକ ଅଛନ୍ତି ।

ସେମାନଙ୍କୁ ବାର୍ଦ୍ଧକ୍ୟ ଛୁଇଁଲାଣି । କିନ୍ତୁ ଏବେବି ସେମାନଙ୍କ ମନରେ ସତେଜ ହୋଇ ରହିଛି ସେଦିନର କଥା। ପ୍ରିନ୍‌ସ ଚାର୍ଲସଙ୍କ ଓଡ଼ିଶା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଥିଲେ ଜାନକୀ ପଟ୍ଟନାୟକ ଓ ରାଜ୍ୟପାଳ ଥିଲେ ସିଏମ୍‌. ପୁନାଚା। ଚାର୍ଲସଙ୍କୁ ରାଜଭବନରେ ଅତିଥି ଭାବେ ରଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.