ଭୁବନେଶ୍ୱର : ବାହାଘର ପରେ ବାପାର ଶବ କାନ୍ଧେଇଲା ପୁଅ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଜୀବନରେ ଏଭଳି କିଛି ମୁହୂର୍ତ୍ତ ଆସେ ଯେଉଁଠି ମଣିଷ କଣ କରିବ କଣ ନକରିବ କିଛି ଚିନ୍ତା କରି ପାରେ ନାହିଁ । ଏଭଳି ଘଟଣା ତାର ମନ ମସ୍ତିଷ୍କକୁ ଜଡ଼ କରି ଦିଏ । ହେଲେ ଯିଏ ଏମିତି ପରିସ୍ଥିତିର ସାମନା କରି ଉଚିତ ପଦକ୍ଷେପ ନିଏ ତାକୁ କୁହାଯାଏ ସ୍ଥିତପ୍ରଜ୍ଞ । ଏମିତି ଜଣେ ମହିଳା ନିକଟରେ ଉଦାହରଣ ସୃଷ୍ଟି କରିଛନ୍ତି । ଆଉ ତାଙ୍କ ପୁଅ ବି ।
ଗତ ୨୭ ତାରିଖ ଦିନ ରାଜଧାନୀ ଭୁବନେଶ୍ୱରରେ ସଂପୃକ୍ତ ମହିଳାଙ୍କ ପୁଅର ବାହାଘର ଥିଲା । ଘରେ ଥିଲା ଉତ୍ସବର ପରିବେଶ । ପୁଅ ଭଲ ପାଇ ବାହା ହେଉଥିଲେ ମଧ୍ୟ ଘରେ ରାଜି ଥିବାରୁ କିଛି ସମସ୍ୟା ନଥିଲା । ଏପଟେ ସ୍ୱାମୀଥିଲେ ଗୁରୁତର ଅସୁସ୍ଥ । ଠିକ୍‌ ବର ଓ ବରଯାତ୍ରୀ ବାହାରିଲା ବେଳକୁ ସ୍ୱାମୀ ଶେଷ ନିଃଶ୍ୱାସ ତ୍ୟାଗ କଲେ । ଗୋଟିଏ ପଟେ ସ୍ୱାମୀଙ୍କ ଶବ ସେପଟେ ପୁଅର ନୂଆ ଜୀବନ ଆରମ୍ଭ ହେଉଛି । ଗୋଟିଏ ପଟେ ପୁଅ ଆଞ୍ଜୁଳି ଚାଉଳ ନେଇ ବୋହୂ ଆଣିବାକୁ ବାହାରିଛି, ଅନ୍ୟପଟେ ସ୍ୱାମୀ ଦୁନିଆ ଛାଡ଼ି ସାରିଛନ୍ତି । ଏଭଳି ଏକ ଘଡ଼ସନ୍ଧି ମୁହୂର୍ତ୍ତରେ ଖୁସି କି ଦୁଃଖୀ ହେବା ବଦଳରେ ମହିଳା ଜଣକ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଥିଲେ । ନିଜ ମନକୁ ସମ୍ଭାଳିଲେ । ବଡ଼ ନିଷ୍ପତ୍ତି ନେଲେ । ପୁଅକୁ କହିଲେ ତୁ ପିଉସା ଘରକୁ ଚାଲିଯା । ସେଠାରୁ ବର ବାହାରିବ ।
ସେଇ ଅନୁସାରେ ପୁଅ ପିଉସା ଘରକୁ ଯାଇ ସେଠାରୁ ବର ବେଶରେ ଯାଇ ବାହାଘର ହେଲା । ବାହାଘର ସାରି ଫେରିବା ପରେ ବାପାର ଶବ କାନ୍ଧେଇ ଶେଷକୃତ୍ୟ ପାଇଁ ଶ୍ମଶାନ ଗଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.