ଓଡ଼ିଶା ଉପରୁ ଟଳିଛି ବାତ୍ୟା ଭୟ: ବର୍ଷା ଓ ପବନରେ ଭିତ୍ତିଭୂମି ନଷ୍ଟର ସମ୍ଭାବନା କମ୍‌, ଚାଷରେ ହେବ ଅଧିକ କ୍ଷତି

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶା ଉପରୁ ଟଳିଛି ବାତ୍ୟା ଭୟ । ଏଥିସହ ପ୍ରବଳ ବର୍ଷା ଆଶଙ୍କା କମିଛି । କୌଣସି ବି ଜିଲ୍ଲା ରେଡ୍‌ ୱାର୍ଣ୍ଣିଂରେ ନାହିଁ । ଆଜି ସକାଳ ଯାଏ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପୂର୍ବରୁ ରେଡ୍‌ ୱାର୍ଣ୍ଣିଂରେ ଥିବା ପୁରୀ ଓ ଜଗତସିଂହପୁର ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ କାଟାଗୋରୀକୁ ଆସିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିଭଳି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୭ ଜିଲ୍ଲାକୁ ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୬ ତାରିଖରୁ ରାଜ୍ୟରେ କମିବ ବର୍ଷା । ବାତ୍ୟା ଜନିତ ବର୍ଷା ଓ ପବନରେ ଭିତ୍ତିଭୂମି କ୍ଷତିର ସମ୍ଭାବନା କମ୍‌ । ଚାଷ ଅଧିକ କ୍ଷତି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.