ନାଗୁଣୀକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା ନାଗ, କିନ୍ତୁ ଉଦ୍ଧାର କରିପାରିଲାନି

କେନ୍ଦୁଝର(କେ ନ୍ଯୁଜ) : ନିଜ ପରିବାର କିମ୍ବା ବନ୍ଧୁ ଯଦି କିଏ ଆପଣଙ୍କର ବିପଦରେ ପଡେ, ତେବେ ଆପଣଙ୍କ ମନ ନିଶ୍ଚିତ ଭାବେ ଡହଳବିକଳ ହୁଏ। ନିଜ ଲୋକଙ୍କ କିଛି ଅସୁବିଧା ହୋଇଗଲେ ଆପଣ ମଧ୍ୟ କେମିତି ସେମାନଙ୍କୁ ସୁରକ୍ଷିତ ରଖିବେ, ସେଥିପାଇଁ ଚିନ୍ତିତ ହୋଇପଡନ୍ତି। ଆପଣ କେମିତି ନିଜ ପ୍ରିୟଜନଙ୍କୁ ବଞ୍ଚାଇବେ, ତାହା ପାଇଁ ଆପ୍ରାଣ ଉଦ୍ଯମ କରିବେ। କେବଳ ମଣିଷ ନୁହେଁ ଜୀବଜନ୍ତୁ ମଧ୍ୟ ଏମିତି କରନ୍ତି।

ଏମିତି ଘଟଣା ହାଟଡିହି ବ୍ଲକ ସମଣା ପଞ୍ଚାୟତରେ ଦେଖିବାକୁ ମିଳିଛି। ଯେଉଁଠି ବିଷ ସ୍ପ୍ରେ ମେସିନ ଭିତରେ ଫସିଥିବା ଵିଷଧର ନାଗୁଣୀକୁ ଉଦ୍ଧାର ପାଇଁ ଲାଗିପଡିଥିଲା ନାଗ। ହେଲେ କୌଣସି ମତେ ଉଦ୍ଧାର କରି ପାରିନଥିଲା ।

ସୂଚନା ମୁତାବକ, ହାଟଡ଼ିହି ବ୍ଲକ ସମଣା ପଞ୍ଚାୟତ ଗିରିଗାଁ ଗ୍ରାମର ନାରଣ ଭଅଳଙ୍କ ଘରେ ଗତକାଲି ସନ୍ଧ୍ୟା ୮ସମୟରେ ରାତି ତମାମ କିଛି ଯୁବକ ଚେଷ୍ଟା କଲେ ମଧ୍ୟ ବିଫଳ ହୋଇଥିଲେ ଆଜି ସକାଳୁ କଳେ ବଳେ ମେସିନର ତଳ ପଟ ଲୁହାକୁ ଏକ ଆରୀ କରତ ସାହାଯ୍ୟରେ ତପନ ଜେନା ଏବଂ କିଛି ଯୁବକ କାଟି ନାଗୁଣୀକୁ ସୁରକ୍ଷିତ ସହ ଛାଡି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.