କିଟ୍ ଓ କିସ୍ରେ ଆମେରିକାର ଦୁଇ ପ୍ରସିଦ୍ଧ ଡାକ୍ତର, ୨୭ ହଜାର ୫ ଶହ ଆଦିବାସୀ ଛାତ୍ରଛାତ୍ରୀଙ୍କ ଗହଣରେ ବିତାଇଲେ ଖୁସିର ମୁହୂର୍ତ୍ତ

ଭୁବନେଶ୍ବର(କେନ୍ୟୁଜ୍): କିଟ୍ ଓ କିସ୍ ପରିଦର୍ଶନରେ ଆସିଛନ୍ତି ଆମେରିକାର ପ୍ରସିଦ୍ଧ ଡାକ୍ତର ଭିନସେଣ୍ଟ ଜେ. ମୋର୍ଗାନ ଓ ଡକ୍ଟର ଲୌରା ମୁର୍କୋ । ତାଙ୍କୁ କିଟ୍ ଓ କିସ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କିସ୍ ପରିଦର୍ଶନ କରି ବିମୋହିତ ଓ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି ଡକ୍ଟର ଭିନସେଣ୍ଟ । କିଟ୍ ଓ କିସ୍ରେ ୨୭ ହଜାର ୫ ଶହ ଆଦିବାସୀ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରିବା ଦେଖି ମନ୍ତ୍ରମୁଗ୍ଧ ହୋଇଛିନ୍ତିି । କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଡ. ସାମନ୍ତଙ୍କ ମହତ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଉଭୟ ଡାକ୍ତର