Toll ଟ୍ୟାକ୍ସ ନ ଦେବା ପାଇଁ ବ୍ୟକ୍ତି ନିଜ ଗାଡିର ନମ୍ବର ପ୍ଲେଟରେ ଲେଖିଲେ କିଛି ଏମିତି, ଯାହାକୁ ଦେଖି ପୋଲିସର ଉଡିଲା ହୋସ୍‌

ଅନେକ ଥର ଏମିତି ହୋଇଛି ଯେ ପାର୍କିଂ ଚାର୍ଜ ଏବଂ ଟ୍ରାଫିକ ଜରିମାନାରୁ ରକ୍ଷା ପାଇବା ପାଇଁ ଲୋକେ ଏମିତି କିଛି କରିଦିଅନ୍ତି ଯେ ଯାହା ଏକ ଅପରାଧ ହୋଇଯାଏ। କେତେକ ଲୋକ ନିଜ ଗାଡିରେ ପୋଲିସ୍‌, ପ୍ରେସ ଏବଂ ବିଧାୟକଙ୍କ ଷ୍ଟିକର ଲଗାଇ ଦେଉଛନ୍ତି କିନ୍ତୁ ହାଇଦରାବାଦର ଜଣେ ବ୍ୟକ୍ତି କିଛି ଏମିତି କାରନାମା କରି ଦେଖେଇଛନ୍ତି ଯାହାକୁ ଦେଖି ପୋଲିସ ବାବୁଙ୍କର ହୋସ୍ ଉଡିଗଲା। ଆନ୍ଧ୍ର ପ୍ରଦେଶରେ ଗୋଦାବରୀ ଅଞ୍ଚଳରେ ରହୁଥିବା ହରି ଏମ ରାକେଶ କାରରେ ସିଏମ ଜଗନଙ୍କ ନାମ ଲେଖିଛନ୍ତି।

jaganରାକେଶ ଟୋଲ ଟଙ୍କା ବଞ୍ଚାଇବା ପାଇଁ ନିଜ କାରର ନମ୍ବର ପ୍ଲେଟରେ ‘AP CM Jagan’ ଲେଖିଦେଇଛନ୍ତି। କାରର ଆଗ ଏବଂ ପଛରେ ଭଭୟ ପାର୍ଶ୍ୱର ନମ୍ବର ପ୍ଲେଟରେ ଏମିତି ଲେଖାହୋଇଥିଲା। ରୁଟିନ ଚେକିଂ ସମୟରେ ଟ୍ରାଫିକ ପୋଲିସ ଏହି କାରକୁ ଦେଖିଥିଲେ। ଏହାପରେ ପୋଲିସ କାରକୁ ଜବତ କରିବା ସହିତ ଧୋକାଦାରୀ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.