ଜବରଦସ୍ତ ଆକ୍ଟିଂ କରି ଲୋକଙ୍କ ମନ କିଣୁଛି ଏହି ଘୋଡ଼ା, ଅଳସୁଆମିରେ ରହିଛି ନମ୍ବର ଓ୍ଵାନ୍‌, ଦେଖନ୍ତୁ ଭିଡିଓ

ଏବେ ଏବେ ସୋସିଆଲ ମିଡିଆରେ ଘୋଡ଼ାର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ବହୁତ ମଜାଦାର ରହିଛି। ଏଥିରେ ଦେଖିବାକୁ ମିଳୁଥିବା ଘୋଡ଼ା ଅଳସୁଆ ଜଣାପଡ଼ୁଛି। ସେ କାମ ନ କରିବାର ବାହାନା ଦେଖାଉଛି। ଘୋଡ଼ାର ଆକ୍ଟିଭିଟି ଦେଖି ଲୋକେ ନିଜ ହସକୁ ରୋକିପାରୁ ନାହାନ୍ତି। ଭିଡିଓରେ ଦେଖିବାକୁ ମିଳୁଛି, ଯିଏ ଘୋଡ଼ା ଉପରେ ବସିବାକୁ ଚେଷ୍ଟା କରୁଛି, ସେହି ସମୟରେ ଘୋଡ଼ାଟି ସଙ୍ଗେ ସଙ୍ଗେ ମରିଯିବାର ନାଟକ କରୁଛି ଆଉ ତଳେ ଶୋଇପଡ଼ୁଛି।

horse2

ଏହାସହ ପଢ଼ନ୍ତୁ: ଏ ହେଲେ କୋଟିପତି ଭିକାରୀ, ଯିଏ ପଇସା ଗଣିବା ପାଇଁ ଘରେ ରଖିଛନ୍ତି ଚାକର, ଦେଉଛନ୍ତି ଦରମା

ଫେସ୍‌ବୁକରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ଦେଖି ୟୁଜରମାନେ ଏହାର ଆନନ୍ଦ ନେଉଛନ୍ତି। ସେମାନେ ନିଜ ଜୀବନ କାଳରେ ଏମିତି ଘୋଡ଼ା କେବେ ଦେଖି ନ ଥିବା କମେଣ୍ଟ ଦେଇଛନ୍ତି। ଏହା ମଣିଷକୁ ମଧ୍ୟ ଅଳସୁଆମିରେ ମାତ୍ ଦେଉଦେଉଛି। ଭିଡିଓଟିକୁ ଏ ପଯ୍ୟର୍ନ୍ତ ୨ କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ଭାଇରାଲ ହେଉଥିବା ଘୋଡ଼ା ମେସ୍କିକୋର। ଏହାକୁ ଫେରାସିସ୍କୋ ଜଲାସାର ନାମକ ବ୍ୟକ୍ତି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ୧ ମିନିଟ୍ ୩୨ ସେକେଣ୍ଡର ଏହି ଭିଡିଓରେ ଘୋଡ଼ାର ଜବରଦସ୍ତ ଆକ୍ଟିଂ ସମସ୍ତଙ୍କ ମନ କିଣି ନେଉଛି।

video courtesy: kritter klub

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.